Latest Odisha News

BREAKING NEWS

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଓ ନିର୍ଦ୍ଦେଶକଙ୍କ ଶଙ୍ଖାରୀ ଗସ୍ତ

ମନ୍ମଥ ମନୋଜ ସ୍ମାରକୀ କାର୍ଯ୍ୟର ସମୀକ୍ଷା

ବାଲେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଓ ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ବାଲେଶ୍ବର ଜିଲ୍ଲାର ଶଙ୍ଖାରୀ ଗସ୍ତ କରି ଓଡ଼ିଶାର ବରପୁତ୍ର ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ଜନ୍ମ ସ୍ଥାନ ଶଙ୍ଖାରୀଠାରେ ବିଭାଗ ପକ୍ଷରୁ ନିର୍ମିତ ହେଉଥିବା ସ୍ମୃତି ସଂଗ୍ରାହଳୟ କାର୍ଯ୍ୟକୁ ସମୀକ୍ଷା କରିଛନ୍ତି । ଏହି ଅବସରରେ ଶଙ୍ଖାରୀଠାରେ ମନୋଜ ଦାସଙ୍କ ବାସ ଭବନ, ରାଧାକୃଷ୍ଣ ମନ୍ଦିର, ପୁଷ୍କରିଣୀ ପୁନଃରୁଦ୍ଧାର, ମୁକ୍ତାକାଶ ରଙ୍ଗମଞ୍ଚ, ବ୍ୟାଖ୍ୟାନ କେନ୍ଦ୍ର, ପାଠାଗାର ଓ ଗ୍ୟାଲେରୀ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ସହ ମନୋଜ ଦାସଙ୍କ ସମ୍ପର୍କୀୟ ରଞ୍ଜିତା ଦାସ ଓ ସଂଘମିତ୍ରା ଦାସ, ପ୍ରକଳ୍ପ ନିମନ୍ତେ ଜମି ପ୍ରଦାନ କରିଥିବା ବ୍ୟକ୍ତି ବିଶେଷ ଓ ସମ୍ପୃକ୍ତ ଅଂଶୀଦାର ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ସେ ଆଲୋଚନା କରିଥିଲେ । ଏହା ସହ

ସହରସ୍ଥିତ ପୁରାତନ କୀର୍ତ୍ତିରାଜି ଲାଲ ଗୀର୍ଜା ବୁଲି ଦେଖିବା ସହ ଏହାର ସଂରକ୍ଷଣ ଓ ଉନ୍ନତିକରଣ ସମ୍ପର୍କରେ ଆଲୋଚନ କରିଥିଲେ । ଏଥିସହ ମନ୍ତ୍ରୀ ଶ୍ରୀ ପାତ୍ର ରୀତି ଯୁଗୀୟ କବି ତଥା ରସକଲ୍ଲୋଳର ରଚୟିତା ଦୀନକୃଷ୍ଣ ଦାସଙ୍କ ଜନ୍ମସ୍ଥାନ ମୁଣ୍ଡତୁଣ୍ଡିଆ ଗସ୍ତକରି ଆଗାମୀ ଦିନରେ ବାଲେଶ୍ୱର ଜିଲ୍ଲାପାଳଙ୍କ ପ୍ରଦତ୍ତ ପ୍ରାୟ ୧ କୋଟି ୬୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ସେଠାରେ ନିର୍ମିତ ହେବାକୁ ଥିବା କବିଙ୍କ ପ୍ରତିମୂର୍ତ୍ତି, ପାଠାଗାର ଓ ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ ବିଷୟରେ ଆଲୋଚନା କରିଥିଲେ ।

ଏହି ଗସ୍ତ ଅବସରରେ ଇନଟାକ ସଂସ୍ଥାର ନିର୍ଦ୍ଦେଶକ ମଲ୍ଲିକା ମିତ୍ର, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ପିନାକୀ ସ୍ୱାଇଁ, ପ୍ରତ୍ନତତ୍ତ୍ୱ ଅଧିକ୍ଷକ ଅଶ୍ବିନୀ ଶତପଥୀ, ଜିଲ୍ଲା ସଂସ୍କୃତି ଅଧିକାରୀ ମନସ୍ବିନୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.