Latest Odisha News

ଘରେ ପଶି ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଜାରି

ଭଦ୍ରକ: ରାତି ଅଧରେ ମାତିଲେ ଲୁଟେରା । ବୟସ୍କ ଦମ୍ପତିଙ୍କୁ ଟାର୍ଗେଟ କରି ରାତି ଅଧରେ ଘରେ ପଶି ଲୁଟିନେଲେ ୩ଲକ୍ଷ ଟଙ୍କା ସହ ସୁନାଗହଣା । ସେତିକିରେ ବି ମନ ମାନିଲାନି ଯେ ସ୍ଵାମୀଙ୍କୁ ଗୋଟେ ଘରେ ତାଲା ପକେଇ ସ୍ତ୍ରୀଙ୍କୁ ନିସ୍ତୁକ ମାଡ ମାରିଲେ । ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅନ୍ତର୍ଗତ ଚକପୁର ଗ୍ରାମରେ । ଲୁଟ୍‌ର ଶିକାର ହୋଇଥିବା ଦମ୍ପତି ହେଲେ ଅଭୟ ପଲାଇ ଓ ପ୍ରମିଳା ପଲାଇ ।

ସୂଚନା ଅନୁସାରେ, ଗତକାଲି ରାତିରେ ଉଭୟେ ଘରେ ଶୋଇଥିବା ବେଳେ କିଛି ଲୁଟେରା ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ପ୍ରତିବାଦ କରିବାରୁ ମହିଳାଙ୍କ ସ୍ଵାମୀଙ୍କୁ ଏକ ଘରେ ବନ୍ଦ କରି ତାଲା ପକାଇଦେଇଥିଲେ ଦୁର୍ବୃତ୍ତ । ପରେ ଘରେ ଥିବା ଆଲମାରିରୁ ପ୍ରାୟ ୧୫ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଓ ୩ ଲକ୍ଷ ନଗଦ ଟଙ୍କା ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପାଟି ଶୁଣି ପଡ଼ୋଶୀମାନେ ଆସି ଗୁରତର ଅବସ୍ଥାରେ ପ୍ରମିଳାଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତେବେ ପ୍ରମିଳାଙ୍କ ମୁଣ୍ଡରେ ଗୁରୁତର ଆଘାତ ହୋଇଥିବା ବେଳେ ଉଭୟ ହାତ ବିଭିନ୍ନ ସ୍ଥାନରେ ଭାଙ୍ଗି ଯାଇଥିବା ଜଣାଯାଇଛି । ସେପଟେ ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.