Latest Odisha News

BREAKING NEWS

ରାସନକାର୍ଡକୁ ନେଇ ବଡ ତଥ୍ୟ ରଖିଲେ ଯୋଗାଣମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ୮୦ ହଜାରରୁ ଅଧିକ ଲୋକଙ୍କ ପାଖରେ ନାହିଁ ରାସନକାର୍ଡ । ରାଜ୍ୟରେ କେତେ ଭୂତ ରାସନକାର୍ଡ ଚିହ୍ନଟ ହେଲାଣି ବୋଲି ଗୃହରେ ପ୍ରଶ୍ନ ଉଠିଥିବାବେଳେ ଏନେଇ ଗୃହରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର ।

ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ତଥ୍ୟ ଅନୁସାରେ, ରାଜ୍ୟରେ ୮୪ ହଜାର ୭୫୭ ଜଣ ହିତାଧିକାରୀ ରାସନ କାର୍ଡ ପାଇବାରୁ ବାଦ୍ ପଡିଥିବାବେଳେ, ଏପର୍ଯ୍ୟନ୍ତ ମୋଟ ୨୨ ହଜାର ୨୯୩ ଟି ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀ ଚିହ୍ନଟ ହୋଇଛନ୍ତି ।

ହଜାର ହଜାର ପ୍ରକୃତ ଯୋଗ୍ୟ ହିତାଧିକାରୀ ରାସନକାର୍ଡ ପାଇବାରୁ ବଞ୍ଚିତ ଥିବାବେଳେ, ସବୁଠୁ ଆଗରେ ଅଛି ଅନୁଗୁଳ ଜିଲ୍ଲାବାସୀ । ଜିଲ୍ଲାରେ ୩ ହଜାର ୯୭୨ ହିତାଧିକାରୀ ରାସନକାର୍ଡରୁ ବଞ୍ଚିତ ହୋଇ ରହିଛନ୍ତି । ଏହାପରେ ରହିଛି ବାଲେଶ୍ବର ଓ ବରଗଡ ଜିଲ୍ଲା ।

ତେବେ ନୂଆ ସରକାର ଆସିବା ପରେ ଯାଞ୍ଚ କରାଯାଇ ୨ ହଜାରରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ କରାଯିବା ସହ ସେମାନଙ୍କ କାର୍ଡକୁ ବାତିଲ କରାଯାଇଥିବା ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି ।

Comments are closed.