Latest Odisha News

ରାଜ୍ୟରେ ଦୈନିକ ୩ କୋଟି ଅଣ୍ଡାର ଆବଶ୍ୟକତା ରହିଛି: ମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ଆହୁରି ଅଣ୍ଡାର ଆବଶ୍ୟକତା ଅଛି । ରାଜ୍ୟରେ ପ୍ରତିଦିନ ରାଜ୍ୟରେ କୋଟିଏ ୧୦ ହଜାର ଅଣ୍ଡା ଉତ୍ପାଦନ ହେଉଛି ସତ ହେଲେ ଦୈନିକ ଆହୁରି ୩ କୋଟି ଅଣ୍ଡାର ଆବଶ୍ୟକତା ରହିଛି ବୋଲି ବିଧାନସଭାରେ ପ୍ରଶ୍ନକାଳ ସମୟରେ ଏହି ଉତ୍ତର ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

ସେ କହିଛନ୍ତି ଯେ ବିଭିନ୍ନ ଯୋଜନା ମାଧ୍ୟମରେ ରାଜ୍ୟରେ ଅଣ୍ଡା ଉତ୍ପାଦନ କରିବା ପାଇଁ ସରକାର ଯୋଜନା କରୁଛନ୍ତି । ଯାହା ଦ୍ବାରା ଆବଶ୍ୟକ ଥିବା ଅଣ୍ଡାର ଅଭାବ ପୂରଣ ହୋଇପାରିବ ।

ସେହିପରି ରାଜ୍ୟରେ ଏବେ ୧୧.୨୩ ଲକ୍ଷ ମେଟ୍ରିକ ଟନ ମାଛ ଉତ୍ପାଦନ ହେଉଛି । ବାହାର ରାଜ୍ୟରୁ ମାତ୍ର ୩୩ ହଜାର ୪୨୪ ମେଟ୍ରିକ ଟନ୍ ମାଛ ଆମଦାନୀ କରାଯାଉଛି । ୨.୯୮ ଲକ୍ଷ ମେଟ୍ରିକ ଟନ ମାଛ ବାହାରକୁ ପଠାଯାଉଛି । ମଧୁର ମାଛ ପାଇଁ ଓଡିଶା ବାହାର ରାଜ୍ୟ ଉପରେ ନିର୍ଭର କରୁଥିବାବେଳେ, ଆଗାମୀ ଦିନରେ ମଧୁର ମାଛ ଉତ୍ପାଦନ ବଢିବା ନେଇ ସରକାର ଅନେକ ଯୋଜନା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି ସରକାର ଧରିବେ ବାଳିଆ ମାଛ । ବଡ଼ ବାଳିଆକୁ ଧରିବା ପାଇଁ ସରକାର ଚିନ୍ତା କରୁଛନ୍ତି । ପୋଖରୀରେ ବାଳିଆ ମାଛ ଜାଆଁଳ ଖାଇ ଦେଉଛନ୍ତି । ବାଳିଆ ମଲା ପରେ ରୋହି ଭାକୁର ଜାଆଁଳ ଛଡାଯିବ ।

ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରି ମନ୍ତ୍ରୀ କହିଛନ୍ତି ଯେ, ଗତ ସରକାର ସମୟରେ ଜାଆଁଳ ଛଡା ଯାଇଥିଲା, ରାତିରେ ଛଡା ଯାଇଥିଲା । କେବଳ ଖାତା କଲମରେ ଜାଆଁଳ ଛଡା ଯାଉଥିଲା । ମନ୍ତ୍ରୀ କହିଛନ୍ତି ଯେ ଗତ ସରକାର ସମୟରେ କେବଳ ବାଳିଆ ମାଛ ଜାଆଁଳ ଛାଡିଥିଲେ, ସରକାର ବଡ଼ ବାଳିଆକୁ ଧରିବାକୁ ପଦକ୍ଷେପ ନେଉଛନ୍ତି । ଯାହା ଦ୍ବାରା ବାଳିଆ ମଲା ପରେ ରୋହି ଭାକୁର ଜାଆଁଳ ଛଡାଯିବ । ନଚେତ୍ ପୋଖରୀରେ ବାଳିଆ ମାଛ ଜାଆଁଳ ଖାଇ ଦେଉଛନ୍ତି ।

Comments are closed.