Latest Odisha News

BREAKING NEWS

ବିଧାନସଭାକୁ ମୋବାଇଲ ନେବେ ସାମ୍ବାଦିକ ହେଲେ ଭିଡିଓଗ୍ରାଫି ଉପରେ ରୋକ

ଭୁବନେଶ୍ୱର: ବିଧାନସଭାରେ ହଟିଲା ସାମ୍ବାଦିକଙ୍କ ମୋବାଇଲ କଟକଣା । ସାମ୍ବାଦିକମାନେ ଆନ୍ଦୋଳନ କରିବା ପରେ ନିଷ୍ପତ୍ତି ବଦଳାଇଲେ ସରକାର । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବୁଝାସୁଝା ପରେ ଧାରଣାରୁ ଓହରିଛନ୍ତି ସାମ୍ବାଦିକ ମାନେ । କଟକଣା ଉଠିଥିଲେ ମଧ୍ୟ ମିଡିଆ ଗ୍ୟାଲେରୀରେ ଫଟୋ ଉଠାଇପାରିବେନି କିମ୍ବା ଭିଡିଓ ରେକର୍ଡିଂ କରିପାରିବେନି । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ମଙ୍ଗଳବାର ଦିନ ଗୃହରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ହାତାହାତି ହୋଇଥିଲା । ଏହାପରେ ଗୃହରେ ଆରମ୍ଭ ହେଇଯାଇଥିଲା ବିଧାୟକମାନଙ୍କର ଗଣ୍ଡଗୋଳ । ଏନେଇ ତାରାଙ୍କୁ ୭ ଦିନ ପାଇଁ ଗୃହରୁ ସସପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ ।

ଏହି ମାରପିଟ୍ ର ଭିଡ଼ିଓ ଗଣମାଧ୍ୟମରେ ପ୍ରସାରିତ କରାଯାଇଥିଲା । ଏହି ଘଟଣା ପରେ ସାମ୍ବାଦିକଙ୍କ ଉପରେ କଟକଣା ଲାଗୁ କରାଯାଇଥିଲା । ଯାହାକୁ ବିରୋଧ କରି ସାମ୍ବାଦିକମାନେ ବୁଧବାର ଗାନ୍ଧିମୂର୍ତ୍ତି ତଳେ ଧାରଣାରେ ବସିଥିଲେ ।

Comments are closed.