Latest Odisha News

BREAKING NEWS

ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପଛରେ କିଏ ? ମନ୍ତ୍ରୀ ସମୀର ଦାଶଙ୍କ ସମ୍ପୃକ୍ତି ନେଇ ବିରୋଧୀ ଅଭିଯୋଗ ଆଣିଛନ୍ତି । ଧର୍ମେନ୍ଦ୍ରଙ୍କ ମୃତ୍ୟୁର ୨ ଦିନ ପରେ ମନ୍ତ୍ରୀ ସମୀର ଦାଶ ମୁହଁ ଖୋଲିଛନ୍ତି । ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଦୁଃଖିତ ଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ସମୀର ଦାଶ କହିଛନ୍ତି, ମୋ ଜିଲ୍ଲା ପରିଷଦ ଜୋନରେ ଧର୍ମେନ୍ଦ୍ର ସାହୁ ସଭ୍ୟ ଥିବାରୁ ଏ ଘଟଣା ନେଇ ମୁଁ ମର୍ମାହତ । ବାକି ବିବାଦ କ’ଣ ମୁଁ ଜାଣିନାହିଁ । ପରିବାର ପକ୍ଷରୁ ତ କିଛି ଅଭିଯୋଗ ହୋଇନି । ବିରୋଧୀ ଦଳଙ୍କ କଥାରେ ଉତ୍ତର ଦେବା ଉଚିତ୍ ମନେ କରୁ ନାହିଁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ଏଥିସହ ପଢ଼ନ୍ତୁ: ଆସିଲା ମୃତ ଧର୍ମେନ୍ଦ୍ର ସାହୁଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ଜାଣନ୍ତୁ ମୃତ୍ୟୁର କାରଣ

ଅନ୍ୟପଟେ ଆଜି ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଯେଉଁଥିରେ ଶ୍ୱାସରୁଦ୍ଧ ହୋଇ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଧର୍ମେନ୍ଦ୍ର ସାଙ୍କୁ ଶରୀର କୌଣସି ସ୍ଥାନରେ ଆଘାତ କି କ୍ଷତ ଚିହ୍ନ ନଥିବା ପୋଷ୍ଟ ମର୍ଟମ ରିପୋର୍ଟରେ ଦର୍ଶା ଯାଇଛି ।

ଶନିବାର ସକାଳେ ଧର୍ମେନ୍ଦ୍ରଙ୍କ ଶିଶୁପାଳଗଡ଼ ସ୍ଥିତ ବାସଭବନ ସମ୍ମୁଖରୁ ତାଙ୍କର ଝୁଲନ୍ତା ମୃତଦେହ ମିଳିଥିଲା । ଆଉ ମୃତ୍ୟୁର କେଇ ଘଣ୍ଟା ପୂର୍ବରୁ ଧର୍ମେନ୍ଦ୍ର ଫେସବୁକ୍ ପୋଷ୍ଟ କରି ଲେଖିଥିଲେ ମୋ ଫୋନ୍ ୨ଟିରେ ଭିଡିଓ ଅଛି । ଲୋକ ଲୋଚନକୁ ଆଣିବେ ।

ଅନେକ ଖୋଜାଖୋଜି ପରେ ଧର୍ମେନ୍ଦ୍ରଙ୍କ ମୃତ୍ୟୁର ୧୨ ଘଣ୍ଟା ପରେ ପୋଲିସ ସନ୍ଧାନୀ କୁକୁର ସହାୟତାରେ ମୋବାଇଲ୍ ୨ଟିକୁ ଘର ନିକଟ ଏକ ପ୍ଲଟରୁ ପାଇଥିଲା । ଏବେ ପୋଲିସ ମୋବାଇଲ୍ ଯାଞ୍ଚ ପାଇଁ ରାଜ୍ୟ ଫରେନ୍ସିକ ଲ୍ୟାବକୁ ପଠାଇଛି । କିନ୍ତୁ ଫେସବୁକ୍ ପୋଷ୍ଟରେ ଧର୍ମେନ୍ଦ୍ର ଲେଖିଥିବା ଭିଡିଓ ମୋବାଇଲରେ ଅଛି କି ନାହିଁ । ତାହା ସ୍ପଷ୍ଟ ହୋଇ ନାହିଁ ।

Leave A Reply

Your email address will not be published.