Latest Odisha News

BREAKING NEWS

ଆଇଏଏସ ଅଧିକାରୀ ସେୟାର କଲେ ମାର୍କ ସିଟ୍, ଦଶମ ଗଣିତରେ ୩୬ ଓ ଇଂରାଜୀରେ ରଖିଥିଲେ ୩୫ ମାର୍କ

ଓଡିଶା ସମ୍ବାଦ ବ୍ୟୁରୋ: ଅଧିକାଂଶ ସମୟରେ ସଫଳ ହେବା ପାଇଁ ପରୀକ୍ଷା ମାର୍କ, କିମ୍ବା ଗ୍ରେଡର ଆବଶ୍ୟକତା ପଡ଼େ ନାହିଁ। ନିଜର ଉପସ୍ଥିତି ବୁଦ୍ଧି, ପରିଶ୍ରମ ଏବଂ ଲକ୍ଷ୍ୟ ହିଁ ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ଥାଏ। ଆମେ କେଉଁ ବୃତ୍ତି କରିବା କିମ୍ବା କେଉଁ ଲାଇନରେ କ୍ୟାରିଅର ତିଆରି କରିବା ତାହା କୌଣସି ମାର୍କରୁ ସ୍ଥିର କରାଯାଏ ନାହିଁ। କମ୍ ମାର୍କ ରଖିଲେ କ୍ୟାରିଅର ନଷ୍ଟ ହେବ କିମ୍ବା ଭବିଷ୍ୟତରେ ଚାକିରି ମିଳିବ ନାହିଁ ବୋଲି ଅଧିକାଂଶ ଛାତ୍ରଛାତ୍ରୀ ଚିନ୍ତା କରନ୍ତି। କିନ୍ତୁ ଏହାକୁ ଭୁଲ ପ୍ରମାଣ କରି ଦେଖାଇଛନ୍ତି ଜଣେ ଆଇଏଏସ ଅଧିକାରୀ।

ଯେତେବେଳେ ବି ଆଇଏଏସ୍ ଅଧିକାରୀଙ୍କ କଥା ଆଲୋଚନ ହୁଏ, ଲୋକଙ୍କ ମନରେ ଏକ ଧାରଣା ଥାଏ ଯେ ସେମାନେ ଶ୍ରେଣୀରେ ସର୍ବଦା ଟପ୍ପର ହୋଇଥିବେ। କିନ୍ତୁ ଏହି ଭାବନାକୁ ଭୁଲ ପ୍ରମାଣିତ କରିଛନ୍ତି ଗୁଜୁରାଟର ଭରୁଚ ଜିଲ୍ଲାପାଳ। ପ୍ରାୟ ସମୟରେ ସୋସିଆଲ ମିଡିଆରେ ବଡ଼ ବଡ଼ ଅଧିକାରୀ ନିଜର ବୋର୍ଡ ପରୀକ୍ଷା ମାର୍କସିଟ୍ ସେୟାର କରନ୍ତି ଏବଂ କୁହନ୍ତି ଜୀବନରେ ସଫଳ ହେବାକୁ ଗଲେ କେବଳ ମାର୍କ ଆବଶ୍ୟକତା ପଡେ ନାହିଁ। ଆଇଏଏସ୍ ଅଧିକାରୀ ଅବନୀଶ ଶରଣ ନିଜର ଟ୍ୱିଟର ଆକାଉଣ୍ଟରେ ଭରୁଚ ଜିଲ୍ଲାପାଳ ତୁଷାର ସୁମେରଙ୍କର ମାର୍କସିଟ୍ ସେୟାର କରିଛନ୍ତି।

ସେ ଟ୍ୱିଟରରେ ତୁଷାରଙ୍କ ଫଟୋ ସହ ଦଶମ ଶ୍ରେଣୀର ମାର୍କ ସିଟ୍ ସେୟାର କରି ଲେଖିଛନ୍ତି, ‘ତୁଷାର ମାଟ୍ରିକ ବୋର୍ଡରେ କେବଳ ମାସ ମାର୍କ ରଖିଛନ୍ତି। ଇଂରାଜୀ ବିଷୟରେ ୧୦୦ରୁ ୩୫ ମାର୍କ, ଗଣିତରେ ୩୬ ଏବଂ ବିଜ୍ଞାନରେ ୩୮ ମାର୍କ ପାଇଥିଲେ। ଏପରି ମାର୍କ ଦେଖି ସେହି ସମୟରେ ତୁଷାରଙ୍କୁ କେବଳ ତାଙ୍କ ବିଦ୍ୟାଳରେ ନୁହେଁ ବରଂ ସମଗ୍ର ଗାଁ ଲୋକ କହଥିଲେ ଯେ ତୁଷାର କୌଣସି ଚାକିରି କିମ୍ବା କୌଣସି ବୃତ୍ତି କରିପାରିବେ ନାହିଁ।’ କିନ୍ତୁ ଜିଲ୍ଲାପାଳ ତୁଷାର ଏହାକୁ ଭୁଲ ପ୍ରମାଣ କରିଛନ୍ତି ଆଉ ଆଜି ସେ ଗର୍ବର ସହିତ ନିଜ ପିତାମାତା, ଗାଁ, ସହର ଏବଂ ଦେଶର ନାମ ବଢାଛନ୍ତି।

Leave A Reply

Your email address will not be published.