Latest Odisha News

BREAKING NEWS

‘ହେମା ମାଳିନୀଙ୍କୁ ବ୍ରାଣ୍ଡ ଆମ୍ବାସାଡର କଲେ ପୋଷ୍ଟ ଅଫିସରେ ଡିପୋଜିଟ ବଢିବ’

ଭୋପାଳ: ମଧ୍ୟପ୍ରଦେଶ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ବିଜୟ ଶାହାଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ ଆସିଛି । ମନ୍ତ୍ରୀ ବିଜୟ ଶାହା, ଆଜି ଖଣ୍ଡବା ସ୍ଥିତ ଏକ ପୋଷ୍ଟ ଅଫିସର ପାସପୋର୍ଟ ସେବା କେନ୍ଦ୍ରର ଉଦଘାଟନ ସମୟରେ ଯୋଗଦେଇଥିଲେ । ଯେଉଁଠି ସେ ଏପରି କିଛି କହିଛନ୍ତି ଯାହା ଏବେ ବେଶ୍ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ।

ସେବା କେନ୍ଦ୍ରର ଉଦଘାଟନ ସମୟରେ ମନ୍ତ୍ରୀ ବିଜୟ ଶାହା କହିଛନ୍ତି ଯେ, ‘ଆପଣଙ୍କର ଅଧିକ ସୁଧ ହାର ଥାଇ ମଧ୍ୟ ଅନ୍ୟ ବ୍ୟାଙ୍କ ତୁଳନାରେ ଜମା କମ୍ ଅଟେ, କାରଣ ଆପଣ ବିଜ୍ଞାପନ କରୁନାହାଁନ୍ତି । ଯଦି ଆପଣ ହେମା ମାଳିନୀଙ୍କୁ ଆପଣଙ୍କର ବ୍ରାଣ୍ଡ ଆମ୍ବାସାଡର କରିବେ, ତେବେ ଆପଣଙ୍କ ଫିକ୍ସ ଡିପୋଜିଟ୍ ବୃଦ୍ଧି ପାଇବ’ ।

ମନ୍ତ୍ରୀ ବିଜୟ ଶାହା ଏହା ମଧ୍ୟ କହିଛନ୍ତି ଯେ, ‘ହେମା ମାଳିନୀଙ୍କୁ ବ୍ରାଣ୍ଡ ଆମ୍ବାସାଡର କରିକି ତ ଦେଖନ୍ତୁ ତାପରେ ଯାଇ ଆମକୁ କହିବେ କେତେ ଡିପୋଜିଟ୍ ବଢୁଛି ଆପଣଙ୍କର । ସେ ଏହା ମଧ୍ୟ କହିଛନ୍ତି, ଡାକଘର ହେଉଛି ମୋଦି ଜୀ ଙ୍କର ପ୍ରକୃତ ପୁଅ । ଆଉ ସବୁ କାକା-ଦାଦା ଙ୍କର । ତେଣୁ କେବଳ ପ୍ରକୃତ ପୁଅକୁ ସମର୍ଥନ କରନ୍ତୁ’ ।

Leave A Reply

Your email address will not be published.