Latest Odisha News

BREAKING NEWS

ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଆଦାର ପୁନାଓ୍ବାଲାଙ୍କୁ ଓ୍ବାଇ କ୍ୟାଟେଗୋରୀ ସୁରକ୍ଷା

ନୂଆଦିଲ୍ଲୀ : ବଢ଼ିଲା ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଆଦାର ପୁନାଓ୍ବାଲାଙ୍କ ସୁରକ୍ଷା । ତାଙ୍କୁ ଓ୍ବାଇ କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କରାଯାଇଛି । ଏନେଇ ନିର୍ଦ୍ଦେଶନାମା ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ, ଆଦାର ପୁନାଓ୍ବାଲାଙ୍କୁ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ବା ସିଆରପିଏଫ ପକ୍ଷରୁ ସୁରକ୍ଷା ପ୍ରଦାନ କରାଯିବ । ତେବେ ସାରା ଦେଶରେ ତାଙ୍କୁ ଏହି ସୁରକ୍ଷା ଦିଆଯିବ ବୋଲି କହିଛି ଗୃହ ମନ୍ତ୍ରଣାଳୟ ।

ଏହା ପୂର୍ବରୁ ସେରମ ଇନଷ୍ଟିଚ୍ୟୁଟ୍ କୋଭିସିଲ୍ଡ ଭ୍ୟାକ୍ସିନ ଦର ୧୦୦ ଟଙ୍କା ହ୍ରାସ କରିଛି । ପୂର୍ବରୁ କୋଭିସିଲ୍ଡ ଭ୍ୟାକ୍ସିନ ଦାମ୍ ୪୦୦ ଟଙ୍କା ଧାର୍ଯ୍ୟ ହୋଇଥିଲା । କିନ୍ତୁ ଆଜି ଏହି ଭ୍ୟାକ୍ସିନର ଦର ଡୋଜ ପିଛା ୩୦୦ ଟଙ୍କା କରାଯାଇଥିବା ନେଇ ପୁନାଓ୍ବାଲା ସୂଚନା ଦେଇଛନ୍ତି । ଆସନ୍ତା ମେ ୧ ତାରିଖରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ପ୍ରଦାନ କରାଯିବ ।

Leave A Reply

Your email address will not be published.