Latest Odisha News

BREAKING NEWS

ପାଇଥନ-୫ ମିସାଇଲର ସଫଳ ପରୀକ୍ଷଣ କଲା ଡିଆରଡିଓ

ନୂଆଦିଲ୍ଲୀ : ପ୍ରତିରକ୍ଷା କ୍ଷେତ୍ରରେ ଭାରତ ପାଇଁ ଆଉ ଏକ ସଫଳତା । ସ୍ବଦେଶୀ ହାଲୁକା ଲଢୁଆ ଯୁଦ୍ଧ ବିମାନ ତେଜସର ବାୟୁରେ ଟାର୍ଗେଟ କରିବାର ଅସ୍ତ୍ର କ୍ଷମତାରେ ଯୋଡି ହୋଇଛି ପଞ୍ଚମ ପୀଢିର ପାଇଥନ-୫ ମିସାଇଲ । ଆକାଶରୁ ଆକାଶରେ ଲକ୍ଷ୍ୟଭେଦ କରି ପାରୁଥିବା ପଞ୍ଚମ ପୀଢିର ପାଇଥନ-୫ କ୍ଷେପଣାସ୍ତ୍ର ତେଜସରେ ଖଞ୍ଜା ଯାଇଥିବା କହିଛି ଡିଆରଡିଓ । ଏହି କ୍ଷେପଣାସ୍ତ୍ର ନିମିଷକରେ ଶତ୍ରୁର ବିମାନ, ହେଲିକପ୍ଟର ଓ ଡ୍ରୋନକୁ ମାଟିରେ ମିଶାଇ ଦେବ । ଏହି ପରୀକ୍ଷଣ ସଫଳ ହୋଇଥିବା ନେଇ ସୂଚନା ଦେଇଛି ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂସ୍ଥାନ ବା ଡିଆରଡିଓ ।

ଏହି ପରୀକ୍ଷଣ ପରେ ତେଜସରେ ଲାଗିବାକୁ ଥିବା ଡର୍ବି ବିୟଣ୍ଡ ଭିଜୁଆଲ ରେଞ୍ଜ (ବିଭିଆର-ଏଏଏମ) କ୍ଷେପଣାସ୍ତ୍ରର ପଥ ପରିଷ୍କାର ହୋଇଛି । ଏହି ପରୀକ୍ଷଣରେ ପାଇଥନ-୫ ଓ ଡର୍ବି ମିସାଇଲ ଉଭୟର ସଫଳ ପରୀକ୍ଷଣ ଗୋଆରେ ହୋଇଛି । ପ୍ରାୟ ୨୦ ଦେଶର ବାୟୁସେନା ଏହି ମିସାଇଲର ବ୍ୟବହାର କରିଥାନ୍ତି । ମିସାଇଲର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.