କାଳିଆ ଘୋଡାରେ ଚଢିବି , ମଧୁ ବାବୁ ସଙ୍ଗେ ଲଢିବି.. . ଏବେ ବି ଏହି ଧାଡିକ ସମସ୍ତଙ୍କ ମୁହଁରେ ଗୁଣଗୁଣେଇବାର ମନେ ଅଛି । ଓଡ଼ିଆ ଜାତିର ଗର୍ବ ଆଉ ଗୌରବ ତଥା ଓଡ଼ିଶା ପ୍ରଦେଶର ଜନକ ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ । ପ୍ରଥମ ଓଡ଼ିଆ ଭାବେ ଜାତି ତାଙ୍କୁ ନେଇ ଗର୍ବ କରେ । ସେ ଥିଲେ ଖୁବ୍ ସ୍ୱତନ୍ତ୍ର ଆଉ ଓଡ଼ିଶାେରେ ଆଇନ୍ ଶିକ୍ଷାର ପ୍ରସାର କ୍ଷେତ୍ରରେ ତାଙ୍କ ପ୍ରମୁଖ ଭୂମିକା ରହିଥିଲା । ଆଇନ୍ ଶିକ୍ଷା ଯେତେବେଳେ ବନ୍ଦ ହେବାକୁ ବସିଥିଲା । ସେତେବେଳେ ସେ ଏହି ବ୍ୟବସ୍ଥାକୁ ବଞ୍ଚାଇ ରଖିପାରିଥିଲେ । ଆଇନ୍କୁ ଦେଶ ସେବାର ସର୍ବଶ୍ରେଷ୍ଠ ମାଧ୍ୟମ ବୋଲି କହୁଥିଲେ । ଦୀର୍ଘ ୫୩ ବର୍ଷ ଧରି ସେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ନିରନ୍ତର ପ୍ରୟାସ କରିଆସୁଥିଲେ ।
ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ ମଧୁବାବୁ । କଲିକତା ବିଶ୍ୱ ବିଦ୍ୟାଳୟରୁ ଓଡ଼ିଆ ଭାଷାରେ ଏମ୍.ଏ ପାସ୍ କରିବା ସହିତ ଏଲ୍ଏଲ୍ବି ପାସ୍ କରି ଓକିଲାତି କରିଥିଲେ । ଦୀର୍ଘ ୧୫ବର୍ଷ ଧରି କଲିକତାରେ କରିଥିଲେ ଓକିଲାତି ।
କଟକ ଥିଲା ତାଙ୍କର ଜନ୍ମ ଭୂମି ଆଉ କର୍ମ ଭୂମି । ବହୁଗ୍ରାମ ନିକଟ ସତ୍ୟଭାମାପୁର ମଧୁବାବୁଙ୍କ ଜନ୍ମପୀଠ । ଯେଉଁଠି ରହିଛି ତାଙ୍କର ଏନ୍ତୁଡିଶାଳ, ଢିଙ୍କିଶାଳ, ହସ୍ତଲିପି । ମଧୁବାବୁଙ୍କ ଜନ୍ମପୀଠରେ ତାଙ୍କ ଦ୍ୱାରା ୧୯୦୫ରେ ତିଆରି ହୋଇଥିବା ଗୃହକୁ ମଧୁ କୋଠି ବୋଲି କୁହାଯାଏ । ଖାଲି ସେତିକି ନୁହେଁ ମଧୁବାବୁ ସ୍ନାନ କରୁଥିବା କନକ ଦୁର୍ଗା ପୁଷ୍କରିଣୀ ମଧ୍ୟ ରହିଛି ।
ମଧୁବାବୁଙ୍କ ନାଁରେ ରାଜ୍ୟର ପ୍ରଥମ ଆଇନ୍ ବିଶ୍ୱବିଦ୍ୟାଳୟ ଆଉ ମହାନଦୀର ବୃହତ ମଧୁ ସେତୁ ପ୍ରତିଥର ତାଙ୍କର ସ୍ମୃତି ଚାରଣ କରାଇଦିଏ । ଏହି ମହାନ୍ ଓଡ଼ିଆ ପ୍ରାଣ ତଥା ସ୍ୱାଭିମାନର ପ୍ରତୀକ ପାଲଟିଥିବା ମଧୁ ବାବୁଙ୍କୁ ଜୟନ୍ତୀରେ ଶ୍ରଦ୍ଧାପୁତ ଶ୍ରଦ୍ଧାଞ୍ଜଳି . . .
BREAKING NEWS
- ଟେକ୍-ଅଫର କିଛି ସମୟ ପରେ ସେନା ବିମାନ କ୍ରାସ, ୬ ମୃତ
- ଦୀର୍ଘ ୬ ବର୍ଷ ପରେ ଖୋଲିଲା ଗୁଣ୍ଡିଚା ମନ୍ଦିର
- ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ, ଜାଣନ୍ତୁ କାହିଁକି…
- ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ବିଭିନ୍ନ ସ୍ଥାନରେ ଟାୟାର ଜାଳି…
- ଜାମ୍ମୁ-କାଶ୍ମୀରର କଠୁଆରେ ବଡ଼ ଅଘଟଣ :ଯବାନଙ୍କ ଗୁଳିଚାଳନାରେ ୪ ସହକର୍ମୀ ମୃତ
- ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ପୂର୍ବତନ ଆରଟିଓ ଦୋଷୀ ସାବ୍ୟସ୍ତ
- ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମର ଶିଳ୍ପାଞ୍ଚଳ ଟାଉନସିପ୍କୁ ମିଳିଲା ‘ଏମ.କେ. ରାଉତ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସା ପୁରସ୍କାର ୨୦୨୬’
- ବାୟୋ ଗ୍ୟାସ୍ ପ୍ରକଳ୍ପ: ୧୯ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ଅନୁମୋଦନ, ସୃଷ୍ଟି ହେବ ୧୦୬୬୧ଟି ନିଯୁକ୍ତି ସୁଯୋଗ
- ଆସନ୍ତାକାଲି ଓଡ଼ିଶା ବନ୍ଦ; ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ସତର୍କ ସୂଚନା
- ଟିପିଏସ୍ଓଡିଏଲ୍ ତରଫରୁ ଗଜପତି ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ

Comments are closed.