Latest Odisha News

BREAKING NEWS

କୁର୍‌କୁରେ ଖାଇବାକୁ ୫ ଟଙ୍କା ମାଗିଲେ; ୯ବର୍ଷର ଝିଅକୁ ଚେଙ୍କ ଦେଲା ସାବତ ମା’

ବ୍ରହ୍ମପୁର: ଟିଉସନ୍‌ ଯିବା ବେଳେ କୁର୍‌କୁରେ ଖାଇବାକୁ ୫ ଟଙ୍କା ମାଗିବାରୁ ୯ ବର୍ଷର ଝିଅଙ୍କୁ ପିଠା ପାତିଆରେ ଚେଞ୍ଚ ଦେଇଦେଲେ ସାବତ ମା’। ବ୍ରହ୍ମପୁର ସହରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଶୁକ୍ରବାର ଏହି ଘଟଣା ଘଟିଥିଲେ ମଧ୍ୟ ରବିବାର ଏକଥା ପଦାକୁ ଆସିଛି ।

ମିଳିଥିବା ସୂଚନା ଅନୁଯାୟୀ, ବଡବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହି ୭ମ ଲେନ ନିକଟ ହନୁମାନନଗରରେ ଝିଅଙ୍କ ଘର । ଗତ ଶୁକ୍ରବାର ସେ ଟିଉସନ୍‌ ଯିବା ବେଳେ କୁର୍‌କୁରେ ଖାଇାବାକୁ ମା’ଙ୍କୁ ୫ ଟଙ୍କା ମାଗିଥିଲେ । ଏଥିରେ ସାବତ ମା’ ରାଗିଯାଇ ତାତିଲା ପିଠାପାତିଆ ଆଣି ଗାଲ ଓ ହାତରେ ଲଗାଇ ଦେବାକୁ ପୋଡ଼ି ଯାଇଥିଲା ।

 

ଝିଅଟି ଜୋରରେ କାନ୍ଦିବାରୁ ବାପା ଓ ସାବତ ମାଆ ଘର ଭିତରେ ହିଁ ତାକୁ ମଲମ ଲଗାଇଥିଲେ। ଏପରିକି ଲୋକେ ଜାଣିଯିବେ ବୋଲି ଦୁଇ ଦିନ ଯାଏଁ ଘରୁ ବାହାରକୁ ଛାଡ଼ି ନ ଥିଲେ । ହେଲେ ରବିବାର ଅପରାହ୍ନରେ ଝିଅଙ୍କୁ ଟିଉସନ ପଠାଇଥିଲେ । ଟିଉସନ୍‌ ଯିବା ପୂର୍ବରୁ ଚେଙ୍କ ସ୍ଥାନରେ ପ୍ରଚୁର ପାଉଡର ଲଗାଇଦେଇଥିଲେ।

 

ହେଲେ ଟିଉସନ୍‌ ଶିକ୍ଷକ ଏହା ଦେଖିବା ପରେ କ’ଣ ହୋଇଛି ବୋଲି ପଚାରିଥିଲେ। କାଳେ ଝିଅଟିକୁ ଟିଉସନରେ ମାଡ ମରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିବେ ବୋଲି ଭାବିବେ, ସେଥିପାଇଁ ଝିଅକୁ ଘରକୁ ପଠାଇ ଦେଇଥିଲେ । ତେବେ ଚେଙ୍କ କଥା ପ୍ରଚାର ହୋଇଯାଇଥିଲା ।

 

ସାବତ ମାଆର କାରନାମାକୁ ନେଇ ସାହିରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ବଡବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ସେହିପରି ଚେଙ୍କ ଦେଇଥିବା ସାବତ ମାଆକୁ ଥାନାକୁ ନେଇ ଅଟକ ରଖିଥିଲା।

 

ଏପଟେ ଖବର ପାଇ ଚାଇଲ୍ଡ ଲାଇନ ସଦସ୍ୟ ପହଞ୍ଚି ପୀଡ଼ିତା ନାବାଳିକାକୁ ଉଦ୍ଧାର କରିବା ପରେ ଶିଶୁ ମଙ୍ଗଳ କମିଟିରେ ହାଜର କରିଥିଲା। ନାବାଳିକାଙ୍କୁ ବର୍ତ୍ତମାନ ସରକାରୀ ଆଶ୍ରୟ ସ୍ଥଳରେ ରଖାଯାଇଛି। ଶିଶୁ ମଙ୍ଗଳ କମିଟି ପକ୍ଷରୁ ଏକ ତଦନ୍ତ କମିଟି ଗଠନ କରାଯିବ। ସେହି କମିଟି ଘଟଣାର ତଦନ୍ତ କରି ରିପୋର୍ଟ ଦେବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.