Latest Odisha News

BREAKING NEWS

ଆଇପିଏଲ ମିଡିଆ ରାଇଟ୍ସ ନିଲାମ: ପ୍ରଥମ ଦିବସରେ ୪୩ ହଜାର ୫୦କୋଟି ପର୍ଯ୍ୟନ୍ତ ଗଲା ଡାକରା

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ରୁ ୨୭ ପର୍ଯ୍ୟନ୍ତ ମିଡିଆ ରାଇଟ୍ସ ନିଲାମ ପ୍ରକ୍ରିୟା ରବିବାର ଆରମ୍ଭ ହୋଇଯାଇଛି । ପ୍ରଥମ ଦିବସ ନିଲାମପ୍ରକ୍ରିୟା ଡାକରା ୪୩ ହଜାର ୫୦କୋଟି ଟଙ୍କାରେ ପଂହଚିଛି । ନିଲାମରେ ଜିତ ହାସଲ କରିବା ପାଇଁ ବିଭିନ୍ନ କମ୍ପାନୀ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି । ତେବେ କିଏ ଦୌଡରେ ଆଗରେ ରହିଛି ତାହା ଗୁପ୍ତ ରଖାଯାଇଛି । ସୋମବାର ବି ନିଲାମ ପ୍ରକ୍ରିୟା ଚାଲିବ । ଭାରତୀୟ ଉପ ମହାଦ୍ୱୀପ, ଟିଭି ଓ ଡିଜିଟାଲ ରାଇଟ୍ସ ପାଇଁ ଭାୟୋକମ ୧୮ , ଷ୍ଟାର ଓ ସୋନୀ ମଧ୍ୟରେ କଡା ମୁକାବିଲା ହୋଇଥିଲା । ଟିଭି ରାଇଟ୍ସ ୫୪ ଓ ଡିଜିଟାଲ ରାଇଟ୍ସ ୫୦ କୋଟି ଟଙ୍କାରେ ପଂହଚିଛି । ତେବେ ଏହାକୁ କିଏ ହାସଲ କଲା ତାର ଘୋଷଣା ୧୩ ଜୁନରେ ହେବ ।

ପ୍ରଥମ ଦିବସ ଶେଷ ସୁଦ୍ଧା ହିସାବକୁ ନେଲେ ଆଇପିଏଲର ଗୋଟିଏ ମ୍ୟାଚ ପାଇଁ ୧୦୪ କୋଟି ଟଙ୍କା ମିଳିବା ନିଶ୍ଚିତ ହୋଇସାରିଛି । ଆଗକୁ ଏହା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି । ଆମେରିକାର ନ୍ୟାଶନାଲ ଫୁଟବଲ ଲିଗ ବ୍ରଡକାଷ୍ଟ ରାଇଟ୍ସ ମୂଲ୍ୟ ପଛକୁ ଏବେ ଆଇପିଏଲ ରହିଛି । ଏନଏଫଏଲରେ ଗୋଟିଏ ମ୍ୟାଚ ପିଛା ବ୍ରଡକାଷ୍ଟ ରାଇଟ୍ସ ୧୩୨ କୋଟି ରହିଛି ।

Leave A Reply

Your email address will not be published.