Latest Odisha News

BREAKING NEWS

କଟକରେ ଭୁବନେଶ୍ୱରଙ୍କ କମାଲ ସତ୍ୱେ ହାରିଲା ଟିମ ଇଣ୍ଡିଆ

କଟକ: କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୪ ୱିକେଟରେ ଭାରତକୁ ପରାସ୍ତ କରି ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ର ଅଗ୍ରଣୀ ହାସଲ କରିଛି । ଭାରତ ପ୍ରଦତ ୧୪୯ ରନର ବିଜୟ ଲକ୍ଷ୍ୟକୁ ଭ୍ରମଣକାରୀ ଦଳ ୧୮.୨ ଓଭରରେ ୬ ୱିକେଟ ହରାଇ ହାସଲ କରି ନେଇଥିଲା ।

ଭୁବନେଶ୍ୱର କୁମାରଙ୍କ ଚମତ୍କାର ବୋଲିଂ ସତ୍ୱେ ଟିମ ଇଣ୍ଡିଆ ହାତରୁ ମ୍ୟାଚ ଛଡାଇ ନେଇଥିଲେ ହେନରିକ କ୍ଲାସେନ । ସେ ୮୧ ରନର ଇନିଂସ ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେଭିଡ ମିଲର ୨୦ ରନ କରି ଅପରାଜିତ ରହିଥିବା ବେଳେ ଅଧିନାୟକ ଟେମ୍ବରା ବାଭୁମା ୩୫ ରନ କରିଥିଲେ । ଭାରତ ପକ୍ଷରୁ ଭୁବନେଶ୍ୱର ୪ଟି ଏବଂ ୟୁଜଭେନ୍ଦ୍ର ଚହଲ ଓ ହର୍ଷଲ ପଟେଲ ଗୋଟିଏ ଲେଖାଁଏ ୱିକେଟ ହାସଲ କରିଥିଲେ ।

ପୂର୍ବରୁ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲା । ଟିମ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୪୮ ରନ କରିବାକୁ ସକ୍ଷମ ହୋଇଥିଲା । ଶେୟାଶ ଆୟାର ଓ ଦୀନେଶ କାର୍ତିକଙ୍କ ଉନ୍ନତ ବ୍ୟାଟିଂ ଯୋଗୁ ଭାରତ ଏକ ଆଭରେଜ ସ୍କୋର କରିପାରିଥିଲା । ଆୟାର ୩୫ ବଲରେ ୪୦ ରନ କରିଥିବା ବେଳେ କାର୍ତିକ ୨୧ ବଲରେ ୩୦ ରନ କରି ଅପରାଜିତ ରହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଇଶାନ କିଶାନ ୨୧ ବଲରେ ୩୪ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଦକ୍ଷିଣ ଆଫ୍ରିକା ତରଫରୁ ଏନର୍କି ନୋର୍ତୋଜ ୨ଟି ଏବଂ କାଗିସୋ ରାବାଡା, ୱେନ ପାର୍ଣ୍ଣେଲ, କେଶବ ମହାରାଜା ଓ ଡ୍ୱେନ ପ୍ରିଟୋରିୟସ ଗୋଟିଏ ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.