Latest Odisha News

BREAKING NEWS

ଅଟୋରେ ଘରକୁ ଫେରୁଥିଲେ , ଗାଁ ରାସ୍ତାରେ ଦୁଇ ଜଣଙ୍କୁ ଖଣ୍ଡାରେ ହାଣିଲେ !

ଗଞ୍ଜାମ : ଖଲ୍ଲିକୋଟ ରମ୍ଭା ଥାନା ବଡରାମପଲ୍ଲୀ ଗାଁ ନିକଟରେ  ଅଭାବନୀୟ ଘଟଣା ଘଟିଛି । ଦୁର୍ବୁତ୍ତଙ୍କ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି  । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ଗାଁ ରାସ୍ତାରେ ଖଣ୍ଡାରେ ହାଣିଛନ୍ତି ଦୁର୍ବୁତ୍ତ । ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁଇ ଯୁବକ ଅଟୋରେ ଫେରୁଥିବାବେଳେ ଏଭଳି ଅଘଟଣ ଘଟିଛି ।  ମୃତ ଯୁବକ  କୋମଣ୍ଡ ଗାଁର  କେ. ପଦ୍ମ ରେଡ୍ଡି ବୋଲି ଜଣାପଡିଛି । ଗୁରୁତର ଯୁବକ   ନୃସିଂହ ନାଥ ପଣ୍ଡାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୂତାବକ  ଗତକାଲି ରାତିରେ କେ ପଦ୍ମ ଏବଂ ନୃସିଂହ  ଏକ ଅଟୋରେ  ପୁରୁଷୋତ୍ତମପୁରରୁ  ନିଜ ଗାଁକୁ ଆସୁଥିଲେ  । ଏତିକିବେଳେ ହଠାତ୍ କିଛି ଯୁବକ ଦୁହିଁଙ୍କୁ ମରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଫଳରେ ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର କେ ପଦ୍ମଙ୍କୁ ମୃତ ଘୋଷଣା କରିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଥିବାବେଳେ ପୋଲିସ ଅଧିକ ଛାନଭିନ୍ ଜାରି ରଖିଛି ।

Leave A Reply

Your email address will not be published.