Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଗୁଣୁପୁର ସହରରେ ଗହଣା ଦୋକାନରୁ ୩କେଜି ଗହଣା ଲୁଟ୍: ସିସିଟିଭିରୁ ଫୁଟେଜ

ରାୟଗଡ଼ା: ସିସିଟିଭରେ କଏଦ ହୋଇଛି ଲୁଟର ଭିଜୁଆଲ। ଦିନ ଦିପହରରେ ଲୁଟେରା ଲୁଟିନେଲ ସୁନାଗହଣା। ଗୁଣୁପୁର ସହରର ମୁଖ୍ୟ ରାସ୍ତାରେ ଥିବା ଏକ ଗହଣା ଦୋକାନ ସାମ୍ନାରୁ ଏହି ଲୁଟ୍ ହୋଇଛି । ଦୋକାନ ଖୋଲିବାକୁ ଆସିବା ସମୟରେ ଏକ ବାଇକରେ ଦୁର୍ବୃତ୍ତ ଆସି ବ୍ୟବସାୟୀଙ୍କୁ ଠାରୁ ଲୁଟି ନେଇଥିଲେ ସୁନାଭରା ବ୍ୟାଗ ।

ଆଜି ସକାଳ ୧୦ ଘଣ୍ଟା ସମୟରେ ଗୁଣୁପୁରର ସୁନା ବ୍ୟବସାୟୀ ଏସ.ବାବା ପ୍ରସାଦରାଓ ଘରୁ ବାହାରି ନିଜ ସୁନା ଦୋକାନକୁ ସୁନା ଅଳଂକାର ଏବଂ ଟଙ୍କା ଧରି ଯାଉଥିବା ସମୟରେ ଏହି ଲୁଟ୍ ହୋଇଛି ।

ଏହି ବ୍ୟାଗରେ ୩ କିଲୋଗ୍ରାମ ସୁନା ଥିବା ବ୍ୟବସାୟୀ ଜଣକ ଅଭିଯୋଗ କରିଛନ୍ତି । ଏହାସହ ଦୁର୍ବୃତ୍ତ ତାଙ୍କ ଠାରୁ ନଗଦ ୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ । ଲୁଟ୍ କରିବା ପରେ ଫେରାର୍ ହୋଇଯାଇଛନ୍ତି ଲୁଟେରା । ଏ ନେଇ ବ୍ୟବସାୟୀ ଜଣକ ଗୁଣୁପୁର ଥାନାରେ ଅଭିଯୋଗ କରିଛନ୍ତି । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ୍ ତଦନ୍ତ କରୁଛି ।

ଗୁଣୁପୁର ଏସଡିପିଓ ଅଜୟ ବାରିକ ଗୁଣୁପୁର ଠାରୁ ପାରଳାଖେମୁଣ୍ଡି ଏବଂ ରାୟଗଡା କୋରାପୁଟ ରାସ୍ତାକୁ ସିଲ କରିବା ସହ ତଦନ୍ତ କରୁଥିବା  ସୂଚନା ଦେଇଛନ୍ତି  ।

 

Leave A Reply

Your email address will not be published.