Latest Odisha News

BREAKING NEWS

ନୟାଗଡ ଷ୍ଟେସନରେ ଗୁଣ୍ଡାଗିରି: ପୋଡ଼ାଜଳା ଓ ଭଙ୍ଗାରୁଜା କଲେ ଦୁର୍ବୃତ୍ତ

ନୟାଗଡ଼: ରେଳ ଷ୍ଟେସନରେ ମଦ୍ୟପଙ୍କ ଆତଙ୍କରାଜ । ରାତିରେ ଷ୍ଟେସନ ମ୍ୟାନେଜରଙ୍କୁ ଆକ୍ରମଣ କରିବା ସହ ପୋଡ଼ାଜଳ ଓ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ନୟାଗଡ଼ ଷ୍ଟେସନରେ ଏଭଳି ଘଟଣା ଘଟିଛି । ଏନେଇ ଟାଉନ ଥାନାରେ ୧୫ ଜଣଙ୍କ ନାଁରେ ଅଭିଯୋଗ କରିଛନ୍ତି ଷ୍ଟେସନ ମ୍ୟାନେଜର ।

ଅଭିଯୋଗ ହୋଇଛି, ଗତକାଲି ରାତିରେ କିଛି ଦୁର୍ବୃତ୍ତ ଟାଉନ୍ ଷ୍ଟେସନ ନିକଟରେ ମଦ ପିଇବା ସହ ଡିଜେ ବଜାଇ ହୋହଲ୍ଲା କରୁଥିଲେ । କିଛି କର୍ମଚାରୀ ବିରୋଧ କରିବାରୁ ସେମାନେଙ୍କୁ ମାଡ଼ ମାରିଥିଲେ ଦୁର୍ବୃତ୍ତ । ଷ୍ଟେସନ ମ୍ୟାନେଜର ବିରୋଧ କରିବାକୁ ତାଙ୍କୁ ଲୁହା ରଡରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଏହାପରେ ସେମାନେ ଷ୍ଟେସନ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ପୋଡାଜଳା କରିଥିଲେ । କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ିଯାଇଥିବା ବେଳେ ଆସବାବପତ୍ର ନଷ୍ଟ ହୋଇଛି । ଟାଉନ୍ ଥାନା ପୋଲିସ ଏବଂ ଖୋର୍ଦ୍ଧା ରୋଡରୁ ଆରପିଏଫ୍ ଅଧିକାରୀ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଷ୍ଟେସନ କର୍ମଚାରୀ ଜଣେ ଯୁବକଙ୍କୁ ଅଟକ ରଖି ପୋଲିସକୁ ଜିମା ଦେଇଥିଲେ । ଅନ୍ୟ ଫେରାର ଯୁବକଙ୍କୁ ଧରିବା ପାଇଁ ତନାଘନା ଜାରି ରହିଛି ।

Leave A Reply

Your email address will not be published.