Latest Odisha News

BREAKING NEWS

ନିର୍ମାଣାଧୀନ ଇଥାନଲ ପ୍ଲାଣ୍ଟରେ ଅଘଟଣ; ପୋଡ଼ି ହୋଇ ୪ ଶ୍ରମିକ ଗୁରୁତର

ଭୁବନେଶ୍ବର:ନିର୍ମାଣାଧୀନ ଇଥାନଲ୍ ପ୍ଲାଣ୍ଟରେ ଅଘଟଣ । ନିଆଁରେ ପୋଡ଼ି ହୋଇ ୪ ଶ୍ରମିକ ଗୁରୁତର। ସମସ୍ତ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ନୟାଗଡ଼ ଗାତେରୀ ଠାରେ ନିର୍ମାଣାଧୀନ ଇଥାନଲ୍ ପ୍ଲାଣ୍ଟରେ ବଏଲରରେ ଟେଷ୍ଟିଂ କରୁଥିବାବେଳେ ଅସାବଧାନତା କାରଣରୁ ନିଆଁ ଲାଗିଯାଇଥିଲା। ତେବେ ଘଟଣା ସଂପର୍କରେ ପୋଲିସ ସୂଚନା ପାଇ ତଦନ୍ତ କରୁଛି ।

ଗୁରୁତର ଶ୍ରମିକ ହେଲେ ନୟାଗଡ଼ ଘଡ଼େଇବନ୍ଧର ଦିଲ୍ଲୀପ ନାୟକ, ମହିପୁରର ଶରତ ସାହୁ, କାଣିଗିରିର ବିଭୂତି ପ୍ରଧାନ ଏବଂ ବ୍ରଜକିଶୋର ପ୍ରଧାନ ।

୪ ଶ୍ରମିକଙ୍କ ଦେହର ପ୍ରାୟ ୪୦ ପ୍ରତିଶତରୁ ଅଧିକ ଜଳିଯାଇଛି । ତୁରନ୍ତ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି।

 

Leave A Reply

Your email address will not be published.