Latest Odisha News

BREAKING NEWS

ଦଗାଦିଆ ଛାତ୍ରକୁ ଜେଲ ପଠାଇଲେ ପ୍ରେମିକା ଶିକ୍ଷୟତ୍ରୀ

ରାମପୁର(ଉ.ପ୍ର): ଗୁରୁ ଓ ଶିଷ୍ୟ ଭଳି ପବିତ୍ର ସଂପର୍କରେ ପଡିଲା କଳଙ୍କର ଛିଟା । ପବିତ୍ର ସଂପର୍କକୁ ପ୍ରେମ ସଂପର୍କରେ ପରିଣତ କରିଥିଲେ ଜଣେ ଛାତ୍ର ଓ ଶିକ୍ଷୟତ୍ରୀ । ହେଲେ ଶେଷରେ ଏହି ପ୍ରେମ କାହାଣୀର ପରିଣାମ ଛାତ୍ର ପାଇଁ କାଳ ସାଜିଛି । ତେବେ ଏକତରଫା ନୁହେଁ ବରଂ ଉଭୟଙ୍କ ମନରେ ଉଠିଥିଲା ପ୍ରେମର ଜୁଆର । ଶେଷରେ ପ୍ରେମ ସଂପର୍କରେ ବିରାମ ଲଗାଇବାକୁ ଯାଇ ଜେଲ ପହଂଚିଛି ପ୍ରେମିକ ଛାତ୍ର ।

ଉତ୍ତରପ୍ରଦେଶ ରାମପୁରର ଘଟଣା । ଜଣେ ଶିକ୍ଷୟତ୍ରୀ ଓ ଛାତ୍ର ମଧ୍ୟରେ ଗଢିଉଠିଥିଲା ପ୍ରେମ ସଂପର୍କ । ଏପରିକି ଦୁହିଁଙ୍କ ମଧ୍ୟରେ ଶାରିରୀକ ସଂପର୍କ ରହିଥିଲାବେଳେ ଉଭୟ ବିବାହ କରିବାକୁ ବି ସ୍ଥିର କରିଥିଲେ । ହେଲେ ଛାତ୍ର ଜଣକ ଯେତେବେଳେ ପାଠ ପଢିବାକୁ ବିଦେଶ ବାହାରିଥିଲେ । ଠିକ୍ ସେତିକିବେଳେ ଶିକ୍ଷୟତ୍ରୀ ଜଣକ ପ୍ରେମିକ ଛାତ୍ର ବିରୋଧରେ ଥାନାରେ ଆଣିଥିଲେ ସଙ୍ଗୀନ ଅଭିଯୋଗ ।

ଶିକ୍ଷୟତ୍ରୀ ଜଣକ ରାମପୁରର ଏକ ଘରୋଇ ସ୍କୁଲର ପଠା ପଢାଉଥିବାବେଳେ ଯୁକ୍ତ୨ରେ ପଢୁଥିବା ଜଣେ ଛାତ୍ର ପ୍ରେମରେ ପଡିଥିଲେ । ଦୁହେଁ ପ୍ରେମରେ ପଡିବା ପରେ ବିବାହ ସ୍ୱପ୍ନ ଦେଖି ପରସ୍ପର ସହ ଶାରିରୀକ ସଂପର୍କ ବି ସ୍ଥାପନ କରିଥିଲେ । ହେଲେ ପ୍ରେମିକ ବିଦେଶ ଯିବାକୁ ଯୋଜନା କରୁଥିବା ଜାଣିପାରି ଶିକ୍ଷୟତ୍ରୀ ଜଣକ ଥାନାରେ ଆଣିଥିଲେ ଦୁଷ୍କର୍ମ ଅଭିଯୋଗ । ଏତଲାକୁ ଆଧାର କରି ଛାତ୍ରକୁ ଗିରଫ କରି ପୋଲିସ ଧାରା ୩୭୬ ଅଧିନରେ ମାମଲା ରୁଜୁ କରିଛି ।

Leave A Reply

Your email address will not be published.