Latest Odisha News

BREAKING NEWS

ମିଳିଲା ଦୁନିଆର ୮ମ ମହାଦ୍ୱୀପ

ନୂଆଦିଲ୍ଲୀ: ଦୁନିଆକୁ ମିଳିଛି ୮ମ ମହାଦ୍ୱୀପ । ଏ ନେଇ ବୈଜ୍ଞାନିକମାନେ ମୋହର ମାରିଛନ୍ତି । ୩୭୫ ବର୍ଷ ପରେ ଜିଲାଣ୍ଡିଆ ଅସ୍ତିତ୍ୱ ବାବଦରେ ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ୧୦୫ ମିଲିୟନ ବର୍ଷ ପୂର୍ବେ ଗୋଣ୍ଡାୱାନାର ଅଂଶବିଶେଷ ଥିଲା । କାଳକ୍ରମେ ଏଥିରୁ ଆଂଟର୍କାଟିକା ଏବଂ ପୂର୍ବ ଅଷ୍ଟ୍ରେଲିଆ ଅଲଗା ହୋଇ ଯାଇଥିଲା । ଏହା ପରେ ବର୍ତମାନ ନାମକରଣ ହୋଇଥିବା ଜିଲାଣ୍ଡିଆ ମଧ୍ୟ ଏଥିରୁ ଅଲଗା ହୋଇ ଯାଇଥିଲଶ । ୧୬୪୨ରେ ଜଣେ ଡଚ ବ୍ୟବସାୟୀ ଏବଂ ନାବିକ ଏଭଲ ଟ୍ୟାସମ୍ୟାନ ଏହାକୁ ଠାବ କରିଥିଲେ । ସେ ଦକ୍ଷିଣ ମହାଦ୍ୱୀପ ସନ୍ଧାନରେ ବାହାରିଥିବା ବେଳେ ଏହା ସମ୍ପର୍କରେ ଜାଣି ପାରିଥିଲେ ।

୨୦୧୭ରେ ଭୂ-ବୈଜ୍ଞାନିକମାନେ ମାନିଥିଲେ ଯେ, ଜିଲାଣ୍ଡିଆର ଅସ୍ତିତ୍ୱ ରହିଛି । ତେବେ ଏହାର ଅଧିକାଂଶ ଅଂଚଳ ପାଣିରେ ବୁଡି ରହିଛି । ତେବେ ଏହା କିପରି ଭାବେ ପାଣିରେ ବୁଡିଲା ସେ ସମ୍ପର୍କରେ ବୈଜ୍ଞାନିକମାନେ ତଦନ୍ତ ଆରମ୍ଭ କରି ଦେଇଛନ୍ତି । ୬୫୬୦ ଫୁଟ ଅଂଶ ଏହାର ପାଣି ତଳେ ରହିଛି । ଗବେଷଣା ଜାରୀ ରହିଥିବାରୁ ଆଗକୁ ଏହା ବିଷୟରେ ଅନେକ ତଥ୍ୟ ମିଳିବ ବୋଲି ବୈଜ୍ଞାନିକମାନେ ଆଶାୟୀ ଅଛନ୍ତି ।

Leave A Reply

Your email address will not be published.