Latest Odisha News

BREAKING NEWS

ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପ: ନିଖତ, ନୀତୁ ଫାଇନାଲରେ

ନୂଆଦିଲ୍ଲୀ: ଚଳିତ ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପର ଭାରତର ଦୁଇ ଷ୍ଟାର ବକ୍ସର ନିଖତ ଜରୀନ ଓ ନୀତୁ ଘଂଘାସା ଫାଇନାଲରେ ପ୍ରବେଶ କରିଛନ୍ତି । ଏବେ ଦୁଇ ବକ୍ସରଙ୍କ ଟାର୍ଗେଟ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବା । ଗୁରୁବାର ୫୦ କିଗ୍ରା ସେମିଫାଇନାଲ ବିଭାଗରେ ଜବରଦସ୍ତ ଫର୍ମରେ ଥିବା ଚାମ୍ପିୟନ ନିଖତ ରିୟୋ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା କଲମ୍ବିଆର ଇଗ୍ରେଂଟ ଭାଲେନ୍ସିଆଙ୍କୁ ପରାସ୍ତ କରିଥିଲେ । ଏଥିସହ ନିଖତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛନ୍ତି । ୪୮ କିଗ୍ରା ବିଭାଗରେ ନୀତୁ ଫାଇନାଲକୁ ଉନ୍ନୀତ ହୋଇଛନ୍ତି ।

ସେମିଫାଇନାଲରେ ସେ ଏସୀୟ ଚାମ୍ପିୟନ ଓ ବିଶ୍ୱ ଚାମ୍ପିୟନଶିପରେ ରୌପ୍ୟ ପଦକ ଜିତିଥିବା କାଜାକସ୍ତାନର ଅଲୁଆ ୱାଲକିବେକୋବାଙ୍କୁ ହରାଇଥିଲେ । ସେ ଏଥିସହ ବିଶ୍ୱ ଚାମ୍ପିୟନଶିପ କ୍ୱାର୍ଟର ଫାଇନାଲ ପରାଜୟର ମଧୁର ପ୍ରତିଶୋଧ ନେଇଛନ୍ତି । ସମ୍ପୂର୍ଣ୍ଣ ମୁକାବିଲାରେ ନୀତୁ ଆକ୍ରମଣାତ୍ମକ ପ୍ରଦର୍ଶନ କରି ବାଜି ମାରିଥିଲେ ।

Leave A Reply

Your email address will not be published.