Latest Odisha News

BREAKING NEWS

ମିତାଲି ରାଜଙ୍କ ନୂଆ ରେକର୍ଡ, ସଚିନଙ୍କ ସହ ଏଲିଟ୍ ଗ୍ରୁପରେ ସାମିଲ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ରେକର୍ଡ କ୍ଲବରେ ସଚିନଙ୍କ ସହ ସାମିଲ ହେଲେ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ । ସର୍ବାଧିକ ୬ଟି ୱାର୍ଲଡ କପ୍ ଖେଳିଥିବା ପ୍ରଥମ ମହିଳା କ୍ରିକେଟର ହୋଇଛନ୍ତି । ଏହି କ୍ଲବରେ ସଚିନ ତେନ୍ଦୁଲକର ଓ ପାକିସ୍ତାନର ଜାଭେଦ୍ ମିଆନନ୍ଦାଦଙ୍କ ପରେ ସେ ହୋଇଛନ୍ତି ତୃତୀୟ କ୍ରିକେଟର । ଏମାନେ ୬ଟି ଲେଖାଏ ବିଶ୍ୱକପ୍ ଖେଳି ରେକର୍ଡ କ୍ଲବରେ ନାଁରେ ଲେଖାଇଛନ୍ତି ।

୨୦୦୦ ମସିହାରେ ପ୍ରଥମ ବିଶ୍ୱକପ ଖେଳିଥିଲେ ମିତାଲି ରାଜ । ପରେ ୨୦୦୫, ୨୦୦୯, ୨୦୧୩, ୨୦୧୭ ଓ ଏବେ ୨୦୨୨ ବିଶ୍ୱକପ୍ ଖେଳୁଛନ୍ତି । ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟର ଡେବି ହକଲି ଓ ଇଂଲଣ୍ଡର ଚାର୍ଲଟି ଏଡୱାର୍ଡଙ୍କୁ ଟପିଛନ୍ତି ମିତାଲି । ସଚିନ ତେନ୍ଦୁଲକର ୧୯୯୨, ୧୯୯୬, ୧୯୯୯, ୨୦୦୩, ୨୦୦୭ ଓ ୨୦୧୧ ବିଶ୍ୱକପ୍ ଖେଳିଥିଲେ ।

Comments are closed, but trackbacks and pingbacks are open.