ଭୁବନେଶ୍ୱର: ତାପମାତ୍ରା କମିବା ସହ ଶୀତର ପ୍ରକୋପ ମଧ୍ୟ ବାଡିବାରେ ଲାଗିଛି । ଅନେକ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରାହୁଛି ।
ଅତ୍ୟଧିକ ଥଣ୍ଡା କାରଣରୁ ଲୋକଙ୍କ ଶରୀରରେ ଥଣ୍ଡା ,କାଶ ଭଳି ବିଭିନ୍ନ ସମସ୍ୟା ଦେଖାଦେଇଥାଏ । ଏଥିରୁ ସାମାନ୍ୟ ଆରାମ ପାଇଁ କିଛି ଲୋକ ଚା ପିଇବାକୁ ପସନ୍ଦ କରିଥାନ୍ତି । ତେବେ ଶୀତ ଦିନେ ଗରମା ଗରମ ଚା ପିଇଲେ ଶରୀରଟିକିଏ ସତେଜ ମଧ୍ୟ ଅନୁଭୂତ ହୁଏ ।
ଅତ୍ୟଧିକ ଥଣ୍ଡା କାରଣରୁ ଲାଗି ରାହୁଥିବା ଥଣ୍ଡା, କାଶ ଓ ସର୍ଦ୍ଦି ପାଇଁ ଲୋକ ଚିଡିଚିଡା ମଧ୍ୟ ହୋଇ ଯାଆନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଦ୍ରବ୍ୟ ସମ୍ପର୍କରେ ଜଣାଇବୁ ଯାହାକୁ ଚା’ରେ ପକାଇ ପିଇଲେ ଏହିସବୁ ରୋଗଠାରୁ ଉପଶମ ମିଳିଥାଏ ।
ଗୋଲ ମରିଚ: ଗୋଲ ମରିଚ ରେ ଏଣ୍ଟି ଇମପ୍ଲେମେଣ୍ଟାରୀ ଗୁଣ ଓ ଏଣ୍ଟି ବେକ୍ଟେରିଆ ଗୁଣ ରହିଥାଏ । ଏଥିରେ ଭିଟାମିନ ସି ମଧ୍ୟ ରହିଥାଏ । ଯାହା ଶରୀରକୁ ଇମ୍ୟୁନିଟି ଯୋଗାଇଥାଏ ।
ତୁଳସୀ: ତୁଳସୀ ଆୟୁବେଦିକ ଔଷଧ ଭଳି କାମ କରିଥାଏ । ତୁଳସୀ ଶରୀରରୁ ବ୍ୟାକ୍ଟେରିଆ ଓ ଇନଫେକ୍ସନ ଦୂର କରିଥାଏ ।
ଲବଙ୍ଗ: ଲବଙ୍ଗ ଇନଫେକ୍ସନକୁ ଦୂର କରିବାରେ ସହାୟକ ହୋଇଥାଏ । ଶରୀରରେ ଏହା ଥଣ୍ଡା ସର୍ଦ୍ଦି ଦୂର କରିଥାଏ ।
ଅଦା: ଅଦାରେ ଏଣ୍ଟିଇମପ୍ଲେମେଣ୍ଟାରୀ ଗୁଣ ଓ ଏଣ୍ଟି ବେକ୍ଟେରିଆ ଗୁଣ ରହିଥାଏ । ଫଳରେ ଶରୀରରେ ଥିବା ଇନଫେକ୍ସନ ଦୂର କରିବାରେ ସହାୟକ ହୋଇଥାଏ ।
Comments are closed.