Latest Odisha News

BREAKING NEWS

ବିଧାୟକଙ୍କ ନାଁରେ ୨ ହଜାର ଟଙ୍କା ଜରିମାନା

ପୁରୀ : ନିଷିଦ୍ଧାଞ୍ଚଳରେ ଗାଡି ଚଲାଇବା ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟଙ୍କ ପାଇଁ ପଡ଼ିଛି ମହଙ୍ଗା । ଶ୍ରୀ ମନ୍ଦିର ସମ୍ମୁଖରେ ଗାଡି ଭର୍ତି କରିଥିବାରୁ ବିଧାୟକଙ୍କ ଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ।

ପୁରୀ ପୋଲିସ ବିଧାୟକଙ୍କ ଠାରୁ ଜରିମାନା ଆଦାୟ କରିଛି।ବିଧାୟକଙ୍କ ଗାଡି (ଓଡି ୨୨ଏନ୦୦୦୧) କଟକଣା ଉଲ୍ଲଙ୍ଘନ କରି ଶ୍ରୀମନ୍ଦିର ନିକଟରେ ବେଆଇନ ଭାବେ ପାର୍କିଂ ହୋଇଥିଲା ।

ଫଳରେ ବିଧାୟକଙ୍କ ଗାଡି ଚାଳକ ୨ ହଜାର ଟଙ୍କା ଜରିମାନା ଦେଇଛନ୍ତି। ଏହି ଗାଡି ବିଧାୟକଙ୍କ ନାଁ ରେ ରହିଛି। ହେଲେ ବିଧାୟକ ଆସିଥିଲେ କି ନାହିଁ ତା ସ୍ପଷ୍ଟ ହୋଇପାରିନି।

Leave A Reply

Your email address will not be published.