Latest Odisha News

BREAKING NEWS

ବିଧାୟକ ପଦ ରଦ୍ଦ ଘଟଣା: ହାଇକୋର୍ଟର ଦ୍ଵାରସ୍ତ ହେବେ ଅରବିନ୍ଦ ଢାଲି

ଭୁବନେଶ୍ଵର: ବିଧାୟକ ପଦ ରଦ୍ଦ ପ୍ରସଙ୍ଗରେ ହାଇକୋର୍ଟର ଦ୍ଵାରସ୍ତ ହେବେ ପୂର୍ବତନ ବିଜେଡି ବିଧାୟକ ତଥା ବର୍ତ୍ତମାନର ଜୟଦେବ ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଅରବିନ୍ଦ ଢାଲି । ଭୁବନେଶ୍ୱରସ୍ଥିତ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ଏଭଳି କହିଛନ୍ତି ଅରବିନ୍ଦ ।

ଅରବିନ୍ଦ କହିଛନ୍ତି ଯେ, ଜାଣିଶୁଣି ମୋ ବିଧାନସଭା ପଦକୁ ରଦ୍ଦ କରାଯାଇଛି । ଏହା ଏକପାଖିଆ ନିଷ୍ପତି । ଯେଉଁମାନେ ବିଜେଡିରୁ ବିଜେପିକୁ ଆସିଛନ୍ତି, ସେମାନଙ୍କର ହିଁ ବିଧାୟକ ପଦ ରଦ୍ଦ କରାଯାଇଛି । ଅନ୍ୟମାନଙ୍କର କାହିଁକି ହୋଇନି ବୋଲି ବୋଲି ପ୍ରଶ୍ନ କରିଛନ୍ତି ଅରବିନ୍ଦ ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଦଳ ବଦଳ ନିୟମ ଅନୁସାରେ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦକୁ ରଦ୍ଦ କରିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ । ବିଧାନସଭା ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

Leave A Reply

Your email address will not be published.