Latest Odisha News

BREAKING NEWS

ବିଜେଡ଼ି ବିଧାୟକ ପ୍ରଭାତ ବିଶ୍ୱାଳ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେବେ

ଭୁବନେଶ୍ୱର : ବିଜେଡ଼ି ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳ ଗତ ନଅମାସ ଧରି କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କୁ ଶନିବାର ଦିନ କଟକ ବଡ଼ ମେଡ଼ିକାଲରୁ ଡ଼ିସଚାର୍ଯ ହୋଇଛନ୍ତି ।

ତେବେ ବିଧାୟକ ପ୍ରଭାତ ବିଶ୍ୱାଳଙ୍କର ଅଧିକ ଉନ୍ନତ ଚିକିତ୍ସା ଲାଗି ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ (ଏମ୍ସ)ରେ ଭର୍ତ୍ତି କରାଯିବ ବୋଲି ସୂଚନା ମିଳିଛି ।

ଓଡ଼ିଶା ହାଇକୋର୍ଟ ଦୁଇଦିନ ପୂର୍ବରୁ ତାଙ୍କୁ ରାଜ୍ୟ ବାହାରକୁ ଚିକିତ୍ସା ନିମନ୍ତେ ଯିବାକୁ ଅନୁମତି ପ୍ରଦାନ କରିଛନ୍ତି ।

ବିଜେଡ଼ିର ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳ ସିସୋର ଚିଟଫଣ୍ଡ ମାମଲାରେ ଗିରଫ ହୋଇ ନିକଟରେ ତାଙ୍କୁ ଜାମିନ ମିଳିଛି ।

ବିଧାୟକ ପ୍ରଭାତ ବିଶ୍ୱାଳ ଗତବର୍ଷ ସେପ୍ଟେମ୍ବର ୧୯ ତାରିଖରେ ସିବିଆଇ ଦ୍ୱାରା ଚିଟଫଣ୍ଡ ମାମଲାରେ ତାଙ୍କର କଟକସ୍ଥିତ ମହାନଦୀ ବିହାର ବାସଗୃହରୁ ଗିରଫ ହୋଇଥିଲେ ।

Leave A Reply

Your email address will not be published.