Latest Odisha News

BREAKING NEWS

ପରାଜୟ ପରେ ବି କମଳନାଥଙ୍କ ମନରେ ସଂଶୟ : ବିଧାୟକମାନେ ନିଜ ଗାଁରେ ୫୦ ଖଣ୍ଡ ଭୋଟ ପାଇନାହାନ୍ତି, ଏହା କେମିତି ସମ୍ଭବ ?

 

ନୂଆଦିଲ୍ଲୀ: ସରିଲା ଭାଗ୍ୟ ପରୀକ୍ଷା । କିଏ ଜିତିଲା କିଏ ହାରିଲା..ସବୁ ସ୍ପଷ୍ଟ ହୋଇଗଲା ।  ଏବେ ଆତ୍ମସମୀକ୍ଷାର ବେଳ । ତିନି ରାଜ୍ୟରେ କଂଗ୍ରେସ ଶୋଚନୀୟ ଭାବେ ହାରିଛି । ହାତରୁ ଖସି ଯାଇଛି ୨ଟି ରାଜ୍ୟ । ତେଲେଙ୍ଗାନାରେ ବିଆରଏସକୁ ହରାଇ କ୍ଷମତାକୁ ଆସିଛି କଂଗ୍ରେସ । ତେବେ ବିଜେପି ଏଠାରେ ହାରିଥିଲେ ବି ସଫଳତା ପାଇଛି। ୨୦୧୮ ନିର୍ବାଚନରେ ବିଜେପି ଏଠାରେ ଗୋଟିଏ ସିଟ ପାଇଥିବାବେଳେ ଏଥର ପାଇଛି ୮ ସିଟ । ଏସବୁ ଭିତରେ କଂଗ୍ରେସ ତାର ଆତ୍ମସମୀକ୍ଷା ଆରମ୍ଭ କରିଛି ।

କଂଗ୍ରେସ ନେତା କମଲନାଥ କହିଛନ୍ତି, ପୂର୍ବ ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ ସେମାନେ ତାଙ୍କ ଗାଁରେ ୫୦ ଖଣ୍ଡ ଭୋଟି ବି ପାଇନହାନ୍ତି । ସେ ମଧ୍ୟପ୍ରଦେଶ ନିର୍ବାଚନ ଫଳାଫଳକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସେ କହିଛନ୍ତି, ପାର୍ଟି ଖରାପ ପ୍ରଦାର୍ଶନ କରିବାର କାରଣ ସେ ବିଶ୍ଳେଷଣ କରିବେ  । ଏ ନେଇ ସେ ପ୍ରାର୍ଥୀଙ୍କ ସହ ଆଲୋଚନା ବି କରିବେ ।

କିଛି କଂଗ୍ରେସ ନେତା ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ ହ୍ୟାକିଂ ଅଭିଯୋଗ କରୁଥିବା ପ୍ରସଙ୍ଗ ଉପରେ ମତ ଦେଇ କମଲନାଥ କହିଥିଲେ, ବିନା ଆଲୋଚନାରେ କିଛି ନିଷ୍କର୍ସରେ ପହଞ୍ଚିବା  ଠିକ ନୁହେଁ । ପ୍ରଥମେ ଏ ନେଇ ସମସ୍ତଙ୍କ ସହ ଆଲୋଚନା କରିବି ।

କଂଗ୍ରେସ ସାଂସଦ ତଥା ମଧ୍ୟପ୍ରଦେଶର ପ୍ରମୁଖ ନେତା ଦିଗବିଜୟ ସିଂହ ମଧ୍ୟ ଭୋଟିଂ ମେସିନ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି । ‘ଚିପ ଲାଗିଥିବା ଯେ କୌଣସି ମେସିନ ହ୍ୟାକ କରାଯାଇ ପାରେ ବୋଲି ସେ କହିଛନ୍ତି ।’

ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି କରି ଦିଗବିଜୟ ସିଂହ କହିଛନ୍ତି, ‘ଚିପ ଥିବା ଯେ କୌଣସି ମେସିନକୁ ହ୍ୟାକ କରାଯାଇ ପାରେ । ମୁଁ ୨୦୦୩ରୁ ଏହି ମେସିନକୁ ବିରୋଧ କରି ଆସୁଛି । ଭାରତୀୟ ଲୋକତନ୍ତ୍ରକୁ ଆମେ କ’ଣ ଏମିତି ପେଶାଦାର ହ୍ୟାକରଙ୍କୁ ନିୟନ୍ତ୍ରଣ କରିବାକୁ ଦେଇଦେବା ?  ଏହା ଏକ ମୌଳିକ ପ୍ରଶ୍‌ନ ଯାହାର ସମାଧାନ ସବୁ ରାଜନୈତିକ ଦଳ କରିବା ଉଚିତ । ’

କମଳନାଥ ସମ୍ବାଦିକମାନଙ୍କୁ କହିଛନ୍ତି, ‘କିଛି ବିଧାୟକ ମୋ ନିକଟରେ ଅଭିଯୋଗ କରିଛନ୍ତି, ନିଜ ଗାଁରୁ ସେ ୫୦ ଖଣ୍ଡ ଭୋଟ ବି ପାଇ ନାହାନ୍ତି । ଏହା କେମିତି ସମ୍ଭବ ?’

କମଳନାଥ ଆହୁରି କହିଛନ୍ତି, ଜନତାଙ୍କ ରାୟଙ୍କୁ ଆମକୁ ସ୍ୱୀକାର କରିବାକୁ ପଡିବ । କଂଗ୍ରେସ ବିରୋଧୀ ଦଳର ଭୂମିକା ନିଭାଇବ । ଏହି ଦାୟିତ୍ୱ ଦଳ ସଚ୍ଚୋଟତାର ସଭା ନିଭାଇବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.