Latest Odisha News

BREAKING NEWS

ଭାରତ ବିପକ୍ଷ ସିରିଜ ପୂର୍ବରୁ ବିବାହ କଲେ ଦକ୍ଷିଣ ଆଫ୍ରିକା ପେସର କୋଏଟଜି

କେପଟାଉନ: ଦକ୍ଷିଣ ଆଫ୍ରିକାର ଯୁବ ପେସ ବୋଲର ଗେରାଲ୍ଡ କୋଏଟଜି ମଙ୍ଗଳବାର ତାଙ୍କ ପ୍ରେମିକା ହନାହ ହର୍ଥୋନଙ୍କୁ ବିବାହ କରିଛନ୍ତି । ଉଭୟ ଦୀର୍ଘ ଦିନ ହେବ ପରସ୍ପରକୁ ଭଲ ପାଉଥିଲେ । ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ସେ ଏହି ବିବାହ କରିଛନ୍ତି । ଡିସେମ୍ବର ୧୦ରୁ ଟି୨୦ ସିରିଜ ଆରମ୍ଭ ହେବ । ନିକଟରେ ସମ୍ପନ୍ନ ହୋଇଥିବା ଦିନିକିଆ ବିଶ୍ୱକପ କ୍ରିକେଟରେ ଗେରାଲ୍ଡ ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ସେ ସର୍ବାଧିକ ବୋଲର ହାସଲ ତାଲିକାରେ ୫ମ ସ୍ଥାନରେ ରହିଥିଲେ । ଏହା ତାଙ୍କର ପଦାର୍ପଣ ବିଶ୍ୱକପ ଥିଲା । ଆଗକୁ ହେବାକୁ ଥିବା ଆଇପିଏଲ ନିଲାମରେ ସେ ମୋଟା ଅଙ୍କର ଅର୍ଥ ପାଇବେ ବୋଲି ଆଶା କରାଯାଉଛି ।

ଗେରାଲ୍ଡ ଟି୨୦ରେ ମଧ୍ୟ ଭଲ ପ୍ରଦର୍ଶନ ଜାରୀ ରଖିଛନ୍ତି । ଭଲ ବୋଲିଂ ବ୍ୟତୀତ ସେ ବଡ ଶଟ ଖେଳିବା ଦକ୍ଷତା ମଧ୍ୟ ରଖିଛନ୍ତି । ୨୦୨୪ ଆଇପିଏଲ ନିଲାମରେ ତାଙ୍କ ବେସ ପ୍ରାଇସ ୨ କୋଟି ଟଙ୍କା ରଖାଯାଇଛି । ଗେରାଲ୍ଡ ଓ ହାନୋହଙ୍କ ବିବାହ ଫଟୋକୁ ସୋସିଆଲ ମିଡିଆରେ ବେଶ ପସନ୍ଦ କରାଯାଉଛି । ବିଭିନ୍ନ ମହଲରୁ ତାଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Leave A Reply

Your email address will not be published.