Latest Odisha News

BREAKING NEWS

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳିକରି ହତ୍ୟା

ଜୟପୁର: ରାଜସ୍ଥାନରେ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳିକରି ହତ୍ୟା । ଆଜି ପୂର୍ବାହ୍ନରେ ଜୟପୁରର ଶ୍ୟାମନଗର ସ୍ଥିତ ଘର ଭିତରେ ପଶି କିଛି ଦୁର୍ବୃତ୍ତ ତାଙ୍କ ଉପରେ ଅତର୍କିତ ଗୁଳି ଚଳାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ମେଟ୍ରୋ ମାସ୍କ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟ ଦୁଇଜଣ ଏଥିରେ ଆହତ ହୋଇଛନ୍ତି । ହତ୍ୟାରେ ପ୍ରାୟ ୪ ଜଣ ଦୁର୍ବୃତ୍ତ ସାମିଲ ଥିବା ନେଇ ପୋଲିସ ସୂଚନା ଦେଇଛି ।ହତ୍ୟାକାଣ୍ଡ କାରଣ ଅସ୍ପଷ୍ଟ ରହିଛି । ଏନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଦୁର୍ବୃତ୍ତମାନେ ଘରେ ପଶି ହଠାତ୍ ଆକ୍ରମଣ କରିଥିଲେ । ଗୋଗାମେଡି ତାଙ୍କ ଘରେ କିଛି ସହଯୋଗୀଙ୍କ ସହ କଥା ହେଉଥିବା ବେଳେ ପ୍ରାୟ ୪ ଜଣ ଦୁର୍ବୃତ୍ତ ଘରେ ପଶି ଅତର୍କିତ ଗୁଳିମାଡ କରିଥିଲେ । ଏଥିରେ ସେ ଗୁରୁତର ହୋଇଥିବା ବେଳେ ତାଙ୍କର ଜଣେ ଅଙ୍ଗରକ୍ଷୀ ଓ ଅନ୍ୟ ଜଣେ ସହଯୋଗୀ ମଧ୍ୟ ଆହତ ହୋଇଛନ୍ତି । ରାଜସ୍ଥାନ ପୋଲିସ ଡିଜି ଉମେଶ ମିଶ୍ରା ସୂଚନା ଦେଇଛନ୍ତି।

ଏହି ହତ୍ୟାକାଣ୍ଡରେ କୁଖ୍ଯାତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ଚର୍ଚ୍ଚା ହେଉଛି । କିଛି ଦିନ ତଳେ ଗୋଗାମେଡିଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ଫୋନ କରି ଧମକ ଦେଇଥିଲେ। ନିକଟରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରି ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.