Latest Odisha News

BREAKING NEWS

ନିଜ ନାମ ପୂର୍ବରୁ ‘ଚୌକିଦାର’ ଶବ୍ଦ ହଟାଇଲେ ମୋଦୀ, ଏନେଇ କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତରେ ଅନୁଷ୍ଠିତ ହେଉଥିବା ସାଧାରଣ ନିର୍ବାଚନର ଲୋକସଭା ଆସନଗୁଡ଼ିକର ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟର୍ ପେଜରେ ନିଜ ନାମ ପୂର୍ବରୁ ରଖିଥିବା ‘ଚୌକିଦାର’ ଶବ୍ଦଟିକୁ ହଟାଇ ଦେଇଛନ୍ତି । ଏନେଇ ସେ କହିଛନ୍ତି, ଯେଉଁ ମାନେ ତାଙ୍କୁ ସମର୍ଥନ କରି ଏହା ଲେଖିଥିଲେ ସେମାନେ ମଧ୍ୟ ନିଜ ନାମ ପୂର୍ବରୁ ହଟାଇଦେବାକୁ ସେ ଅନୁରୋଧ କରିଛନ୍ତି ।

ଏନେଇ ମୋଦୀ ଟ୍ୱିଟ୍ କରି କହିଛନ୍ତି, ଏବେ ସମୟ ଆସିଛି, ଚୌକିଦାର ପରି ଭାବନାକୁ ପରବର୍ତ୍ତୀ ସ୍ତର ପର୍ଯ୍ୟନ୍ତ ନେଇକି ସମସ୍ତେ ଯାଆନ୍ତୁ । ଏହି ଉଚ୍ଚତର ଭାବନାକୁ ଜୀବନ୍ତ ରଖିବା ସହିତ ଆମେ ଭାରତ ପରି ରାଷ୍ଟ୍ରର ପ୍ରଗତି ତଥା ବିକାଶ ଲାଗି ନିରନ୍ତର କାର୍ଯ୍ୟ ଜାରି ରଖିବୁ । ଟ୍ୱିଟର୍ ରେ ଆମ ନିଜ ନାମ ପୂର୍ବରୁ ଚୌକିଦାର ଶବ୍ଦ ହଟାଯାଉଛି, ମାତ୍ର ଏହି ବିଶେଷ ଶବ୍ଦଟି ମୋ ଲାଗି ଏକ ଅଭିନ୍ନ ଅଙ୍ଗ ହୋଇ ରହିଥିବ । ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଆପଣମାନେ ତାହା କରନ୍ତୁ ।

ଦଳର ସମସ୍ତ କାର୍ଯ୍ୟକର୍ତ୍ତାମାନଙ୍କୁ ପ୍ରଶଂସା କରି ପ୍ରଦାନମନ୍ତ୍ରୀ ମୋଦୀ କହିଛନ୍ତି, “ମୁଁ ସମସ୍ତ ବିଜେପି କର୍ମକର୍ତ୍ତାମାନଙ୍କୁ ସେମାନଙ୍କର କଠିନ ପରିଶ୍ରମ ତଥା ଉଦ୍ୟମ ଲାଗି ମୋର ନମସ୍କାର ଓ ସମ୍ମାନ ଜଣାଉଛି । ଏବେ ଭାରତର ସମସ୍ତ ଜନସାଧାରଣ ଚୌକିଦାର, ଏବଂ ଏହା ମାଧ୍ୟମରେ ଜାତି ଲାଗି ସେବା କରାଯାଇପାରିବ” ।

ଏହି ‘ଚୌକିଦାର’ ଶବ୍ଦ ୨୦୧୪ ନିର୍ବାଚନ ସମୟରୁ ଆସିଥିଲା, ଯେବେ ମୋଦୀ ନିର୍ବାଚନ ସମୟରେ ଜାତି ଲାଗି ନିଜକୁ ଚୌକିଦାର ମନେ କରି କାର୍ଯ୍ୟ କରିବାକୁ କହିଥିଲେ । ତେବେ ଏହି ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ଶବ୍ଦକୁ ନେଇ ମୋଦୀଙ୍କୁ ଅନେକ ସମାଲୋଚନା କରିବାକୁ ପଛାଇ ନଥିଲେ, ଏବଂ ଏହା କ୍ରମେ ବିବାଦୀୟ ହୋଇ ନିର୍ବାଚନ କମିଶନଙ୍କ ନିକଟକୁ ଯାଇଥିଲା । ରାଫେଲ୍ ଯୁଦ୍ଧ ବିମାନ କିଣା ମାମଲାରେ ରାହୁଲ କହିଥିଲେ, “ଚୌକିଦାର ଚୋର୍ ହୈ” ।

ନିର୍ବାଚନ ପ୍ରଚାର ସମୟରେ ରାହୁଲ୍ ଗାନ୍ଧୀ ଏହି “ଚୌକିଦାର ଚୋର୍ ହୈ” ସ୍ଲୋଗାନକୁ ବାରମ୍ବାର କହି ମୋଦୀଙ୍କୁ ସମାଲୋଚନା କରିବା ପରେ ମୋଦୀ ପ୍ରତିବାଦ ସ୍ୱରୁପ ନିଜ ନାମ ପୂର୍ବରୁ ଚୌକିଦାର ଲଗାଇଥିଲେ । ଯାହାଫଳରେ ମୋଦୀଙ୍କୁ ଦେଖି ସମସ୍ତ ବିଜେପି କର୍ମକର୍ତ୍ତା ଏବଂ ତାଙ୍କର ସମର୍ଥକମାନେ ନିଜ ନାମ ପୂର୍ବରୁ ଚୌକିଦାର ଲଗାଇଥିଲେ ।

Leave A Reply

Your email address will not be published.