Latest Odisha News

BREAKING NEWS

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରକୁ ପ୍ରଥମ ଦାନ, ଜାଣନ୍ତୁ ମିଳିଲା କେତେ ଟଙ୍କା…

ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଏକ ସ୍ୱତନ୍ତ୍ର ଟ୍ରଷ୍ଟ ଗଠନ କରିଛନ୍ତି କେନ୍ଦ୍ର ସରକାର ।

ରାମ ମନ୍ଦିର ନିର୍ମାଣ ନିମନ୍ତେ ଟ୍ରଷ୍ଟ ଗଠନ କଥା ବୁଧବାର ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ଏହି ଟ୍ରଷ୍ଟର ନାମ ରଖାଯାଇଛି ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ । ଟ୍ରଷ୍ଟ ଗଠନ ହେବା ଦିନ ହିଁ ଏହାକୁ ମିଳିଛି ଏହାର ପ୍ରଥମ ଦାନ । କେନ୍ଦ୍ର ସରକାର ପ୍ରଥମେ ଏହି ଟ୍ରଷ୍ଟକୁ ନଗଦ ୧ ଟଙ୍କା ଦାନ ପ୍ରଦାନ କରିଛନ୍ତି ।

ଏହି ଦାନ ଟଙ୍କା ଦ୍ୱାରା ଟ୍ରଷ୍ଟ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ନିର୍ମାଣ ଦିଗରେ କାମ ଆରମ୍ଭ କରିବ ବୋଲି କୁହାଯାଇଛି । କେନ୍ଦ୍ର ସରକାରଙ୍କ ତରଫରୁ ଏହି ଦାନକୁ ଗୃହ ମନ୍ତ୍ରାଳୟରେ ଓଭର ସଚିବ ଡି ମୁର୍ମୁ ଦେଇଛନ୍ତି ।

ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଟ୍ରଷ୍ଟ ଅସ୍ଥାବର ସମ୍ପତ୍ତି ସମେତ ବିନା କୌଣସି ସର୍ତ୍ତରେ କୌଣସି ବ୍ୟକ୍ତିଙ୍କ ଠାରୁ ଦାନ, ଅନୁଦାନ, ଯୋଗଦାନ ନେଇ ପାରିବ ।

Leave A Reply

Your email address will not be published.