Latest Odisha News

BREAKING NEWS

ଫିଟନେସ ଟେଷ୍ଟରେ ଉମେଶ ପାସ୍‌, ବାକି ୨ଟି ଟେଷ୍ଟ ପାଇଁ ଭାରତୀୟ ଦଳରେ ସାମିଲ

ଅହମ୍ମଦାବାଦ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ଉମେଶ ଯାଦବ ଫିଟନେସ ଟେଷ୍ଟରେ ପାସ୍ ହୋଇଛନ୍ତି । ଫଳରେ ତାଙ୍କୁ ଇଂଲଣ୍ଡ ବିପକ୍ଷ ବାକି ଥିବା ୨ଟି ଟେଷ୍ଟ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି । ବିସିସିଆଇ ପକ୍ଷରୁ ସୋମବାର ଟୁଇଟ କରି ଏ ସମ୍ପର୍କରେ ସୂଚନା ଦିଆଯାଇଛି । ୪ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ ସମାନ ସ୍ଥିତିରେ ରହିଛି ।

ତେବେ ମୋଟେରା ପିଚ୍ ସ୍ପିନରଙ୍କୁ ସୁହାଇବ ବୋଲି ଭବିଷ୍ୟବାଣୀ କରାଯାଉଥିବାରୁ ଉମେଶଙ୍କ ଖେଳିବା ନେଇ ସନ୍ଦେହ ରହିଛି । ଦ୍ୱିତୀୟ ଟେଷ୍ଟରେ ୨୦ ଉଇକେଟରୁ ରବିଚନ୍ଦ୍ରନ ଅଶ୍ୱିନୀ ଓ ଅକ୍ଷର ପଟେଲ ୧୫ ଉଇକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.