Latest Odisha News

ଭୁବନେଶ୍ୱରରେ ଦିନକୁ ୧୪ ଶହ କୋଭିଡ୍ ଟେଷ୍ଟ, ଅତିରିକ୍ତ ୧୫ଶହ ବେଡ୍ ବୃଦ୍ଧି

ଭୁବନେଶ୍ୱର: ରାଜଧାନୀରେ ବଢୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି କୋଭିଡ୍ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ଭୁବନେଶ୍ୱରରେ ଦିନକୁ ୧୪ ଶହ ନମୁନା ପରୀକ୍ଷା କରାଯିବ । ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ଦାୟିତ୍ୱରେ ଥିବା କରୋନା ପର‌୍ୟ୍ୟବେକ୍ଷକ ଅନୁ ଗର୍ଗ ।

ଭୁବନେଶ୍ୱରରେ ଆକ୍ଟିଭ୍ ସର୍ଭେଲାନ୍ସ ଟିମ କରୋନା ସ୍ଥିତି ଯାଞ୍ଚ କରୁଛନ୍ତି । ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି । ସଚେତକ ଆପ୍ ଦ୍ୱାରା କେଉଁ ଓ୍ୱାର୍ଡରେ କେତେ ଆକ୍ରାନ୍ତ ଜଣାପଡୁଛି । ସମସ୍ତ ୬୭ ୱାର୍ଡରେ ସଚେତକ ଟିମ ଅଛନ୍ତି । ବସ୍ତି ପାଇଁ ନିର୍ଦ୍ଦିଷ୍ଟ ଷ୍ଟ୍ରାଟେଜି ରହିଛି । ପ୍ରତି ବସ୍ତିରେ ରହିଛି କାମ କରୁଛି କମିଟି ।

ଭୁବନେଶ୍ୱରରରେ ୬ଟି ସ୍ଥାନରେ ୮୭୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ହୋମ୍ କରାଯାଇଛି । ଆଗକୁ ୧୫ ଶହ ବେଡ୍ ବୃଦ୍ଧି କରାଯିବ । ଲକ୍ଷଣ ନଥବା ଓ ସାମାନ୍ୟ ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନ ପାଇଁ ଅନୁମତି ପ୍ରଦାନ କରାଯାଇଛି ।

Leave A Reply

Your email address will not be published.