Latest Odisha News

BREAKING NEWS

ଓଡିଶାର ବିଭିନ୍ନ ରେଲୱେ ଷ୍ଟେସନରେ ଏବେ ବଢିଲା ଷ୍ଟପେଜ୍

ଭୁବନେଶ୍ୱର : ଯାତ୍ରୀମାନଙ୍କୁ ଅଧିକ ସୁବିଧା ଓ ସୁଯୋଗ ଯୋଗାଇ ଦେବାକୁ ଯାଇ ଇଷ୍ଟକୋଷ୍ଟ ରେଳବାଇ କର୍ତ୍ତୃପକ୍ଷ ଓଡିଶାର ବିଭିନ୍ନ ରେଲୱେ ଷ୍ଟେସନରେ ଷ୍ଟପେଜ୍ ସଂଖ୍ୟା ବୃଦ୍ଧି କରିଛନ୍ତି । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବା ଠାରୁ ଆସନ୍ତା ୬ମାସ ପର୍ଯ୍ୟନ୍ତ ପରିକ୍ଷାମୂଳକ ଭାବେ ଏହା କାର୍ଯ୍ୟକାରୀ ହେବାକୁ ରେଳବାଇ ବିଭାଗ ନିଷ୍ପତ୍ତି ନେଇଛି ।

  • ୧୨୮୯୩/୧୨୮୯୪- ଭୁବନେଶ୍ୱର-ବଲାଙ୍ଗିର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ, ଉଭୟ ପଟରେ ବାମୁର ଠାରେ ରହଣୀ ।
  • ୨୨୮୩୯/୨୨୮୪୦- ରାଉରକେଲା-ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ, ଉଭୟ ପଟରେ ନରାଜ ମାର୍ଥପୁର ଠାରେ ରହଣୀ ।
  • ୨୨୮୩୧/୨୨୮୩୨- ହାୱଡା-ସତ୍ୟସାଇ ପ୍ରଶାନ୍ତି ନିଲୟମ୍(ଏସଏସପିଏନ୍), ହାୱଡା ଏକ୍ସପ୍ରେସ ହାୱଡାରୁ ମାର୍ଚ୍ଚ ୧୩ ତାରିଖରୁ ଏବଂ ମାର୍ଚ୍ଚ ୧୫ ତାରିଖରୁ କାଳୁପଡାଘାଟ ଠାରେ ରହଣୀ ।
  • ୧୮୬୪୫/୧୮୬୪୬- ହାୱଡା-ହାଇଦ୍ରାବାଦ-ହାୱଡା ଇଷ୍ଟକୋଷ୍ଟ ଏକ୍ସପ୍ରେସ, ହାୱଡାରୁ ମାର୍ଚ୍ଚ ୯ରୁ ଏବଂ ହାଇଦ୍ରାବାଦରୁ ମାର୍ଚ୍ଚ ୮ ତରିଖରେ କେନ୍ଦୁଆପଦା ଠାରେ ରହଣୀ ।
  • ୨୨୯୭୩/୨୨୯୭୪- ପୁରୀ-ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସ, ପୁରୀରୁ ମାର୍ଚ୍ଚ ୮ ଏବଂ ଗାନ୍ଧୀଧାମ ମାର୍ଚ୍ଚ ୯ ତାରିଖରେ ବୋବଲ୍ଲି ଠାରେ ରହଣୀ ।
  • ୧୨୮୭୧/୧୨୮୭୨- ହାୱଡା-ଟିଟଲାଗଡ-ହାୱଡା ଇସ୍ପାତ ଏକ୍ସପ୍ରେସ ଉଭୟ ପଟରେ ମାର୍ଚ୍ଚ ୯ ତାରିଖରେ ଡୁଙ୍ଗରିପାଲି ଠାରେ ରହଣୀ ।
  • ୧୨୮୭୫/୧୨୮୭୬ ପୁରୀ-ଆନନ୍ଦ ବିହାର ଟର୍ମିନସ୍ (ନୂଆଦିଲ୍ଲୀ)-ପୁରୀ ନୀଳାଚଳ ଏକ୍ସପ୍ରେସ୍, ପୁରୀରୁ ମାର୍ଚ୍ଚ ୯ ଏବଂ ଆନନ୍ଦ ବିହାରରୁ ମାର୍ଚ୍ଚ ୮ ତାରିଖରେ ସୋରୋ ଠାରେ ରହଣୀ ।
  • ୧୨୮୭୯/୧୨୮୮୦- ଲୋକମାନ୍ୟ ତିଲକ ଟର୍ମିନସ୍ (ଏଲଟିଟି)- ଭୁବନେଶ୍ୱର-ଏଲଟିଟି ଏକ୍ସପ୍ରେସ, ଏଲଟିଟିରୁ ମାର୍ଚ୍ଚ ୧୩ ତାରିଖରେ ଏବଂ ଭୁବନେଶ୍ୱର ମାର୍ଚ୍ଚ ୧୪ ବେଲପାହାଡ ଠାରେ ରହଣୀ ।
  • ୧୮୪୯୫/୧୮୪୯୬- ରାମେଶ୍ୱରମ୍-ଭୁବନେଶ୍ୱର-ରାମେଶ୍ୱରମ୍ ଏକ୍ସପ୍ରେସ୍ ରାମେଶ୍ୱରମରୁ ମାର୍ଚ୍ଚ ୧୦ ଏବଂ ଭୁବନେଶ୍ୱରରୁ ମାର୍ଚ୍ଚ ୮ରେ ଚିଦାମବରମ୍ ଠାରେ ରହଣୀ ।
  • ୧୯୩୧୭/୧୯୩୧୮- ଇନ୍ଦୋର-ପୁରୀ-ଇନ୍ଦୋର ହମସଫର୍ ଏକ୍ସପ୍ରେସ୍ ଇନ୍ଦୋରରୁ ମାର୍ଚ୍ଚ ୧୩ ଏବଂ ପୁରୀରୁ ମାର୍ଚ୍ଚ ୧୪ ତାରିଖରେ ଗଣ୍ଡିଆ ଠାରେ ରହଣୀ ।
  • ୧୮୪୦୧/୧୮୪୦୨- ପୁରୀ-ଓଖା-ପୁରୀ ଏକ୍ସପ୍ରେସ, ପୁରୀରୁ ମାର୍ଚ୍ଚ ୧୦ ଏବଂ ଓଖା ମାର୍ଚ୍ଚ ୬; ୧୮୪୦୫/୧୮୪୦୬- ପୁରୀ-ଅହମଦାବାଦ-ପୁରୀ ଏକ୍ସପ୍ରେସ, ପୁରୀରୁ ମାର୍ଚ୍ଚ ୬ ଏବଂ ଅହମଦାବାଦରୁ ମାର୍ଚ୍ଚ ୮ ତାରିଖ ଏବଂ ୧୮୪୨୧/୧୮୪୨୨-ପୁରୀ-ଅଜମେର-ପୁରୀ ଏକ୍ସପ୍ରେସ୍, ପୁରୀରୁ ମାର୍ଚ୍ଚ ୭ ଏବଂ ଅଜମେରରୁ ମାର୍ଚ୍ଚ ୮ ତାରିଖରେ ଡୋନଦଲଚ୍ଚା ଠାରେ ରହଣୀ ।
  • ୧୮୪୭୭/୧୮୪୭୮- ପୁରୀ-ହରିଦ୍ୱାର-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ, ଉଭୟ ଦିଗରେ ମାର୍ଚ୍ଚ ୮ ତାରିଖରୁ ଜଲଥାରୀ ଠାରେ ରହଣୀ ।

ସମ୍ବଲପୁର ଓ ଭଦ୍ରକ ଷ୍ଟେସନ ମଧ୍ୟରେ ଭାୟା ଶାଲିମାର ଦେଇ ସ୍ପେଶାଲ ଟ୍ରେନ୍

  • ସମ୍ବଲପୁର ଷ୍ଟେସନ ଏବଂ ଅନୁଗୁଳ ଓ ଭଦ୍ରକ ଷ୍ଟେସନ ମଧ୍ୟରେ ଭାୟା ଶାଲିମାର ଦେଇ ସ୍ପେଶାଲ ଟ୍ରେନ୍ ଚଳାଚଳ କରିବା ପାଇଁ ରେଲୱେ ପକ୍ଷରୁ ନିଷ୍ପତ୍ତି ହୋଇଛି ।
  • ୦୮୦୨୫/୦୮୦୨୬ ଶାଲିମାର-ସମ୍ବଲପୁର-ଶାଲିମାର ସ୍ପେଶାଲ, ଶାଲିମାର ଷ୍ଟେସନରୁ ମାର୍ଚ୍ଚ ୧୮ରୁ ଜୁନ୍ ୨୮ ତାରିଖ ମଧ୍ୟରେ ପ୍ରତ୍ୟେକ ସୋମବାର, ବୁଧବାର ଏବଂ ଶୁକ୍ରବାର ଦିନ ଚଳାଚଳ କରିବ । ସେହିପରି ସମ୍ବଲପୁରରୁ ମାର୍ଚ୍ଚ ୧୯ରୁ ଜୁନ୍ ୨୯ ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଦିନ ଚଳାଚଳ କରିବ ।
Leave A Reply

Your email address will not be published.