Latest Odisha News

BREAKING NEWS

କାଳିଆ ୩ୟ ପର୍ଯ୍ୟାୟ ହିତାଧିକାରୀ ତାଲିକା ମାର୍ଚ୍ଚ ୨୦ରେ ସମସ୍ତ ପଞ୍ଚାୟତରେ ଉପଲବ୍ଧ ହେବ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଫୁଲବାଣୀ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ସୂଚନା ଦେଇ କହିଛନ୍ତି ଯେ, କାଳିଆ ଯୋଜନା ଅନ୍ତର୍ଗତ ସମସ୍ତ ଉପଯୁକ୍ତ ହିତାଧିକାରୀ ଚାଷୀମାନଙ୍କ ୩ୟ ପର୍ଯ୍ୟାୟ ତାଲିକା ଆସନ୍ତା ମାର୍ଚ୍ଚ ୨୦ ତାରିଖରେ ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ଉପଲବ୍ଧ ହେବ ।

“କାଳିଆ ଯୋଜନାରେ ଅନ୍ତଭୃକ୍ତ ହୋଇଥିବା ଉପଯୁକ୍ତ କୃଷକ ହିତାଧିକାରୀମାନେ ଆସନ୍ତା ଏପ୍ରିଲ ମାସରେ ଆର୍ଥିକ ସହାୟତା ପାଇପାରିବେ । ଏହା ବ୍ୟତୀତ, ୨ୟ ପର୍ଯ୍ୟାୟର କାଳିଆ ହିତାଧିକାରୀ ତାଲିକାରେ ଥିବା ଚାଷୀମାନଙ୍କୁ ଏପ୍ରିଲ ୧ ତାରିଖରେ ଆର୍ଥିକ ସହାୟତା ପ୍ରଦାନ କରାଯିବ । ମୁଁ ବ୍ୟକ୍ତିଗତ ଭାବେ ଏହି ଯୋଜନାରେ ଅନ୍ତଭୃକ୍ତ ହୋଇଥିବା ଓଡ଼ିଶାର କୃଷକମାନେ ଯେପରି ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ହେବେନାହିଁ ସେଥିପ୍ରତି ଦୃଷ୍ଟି ଦେଉଛି,”ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ଏସମ୍ପର୍କରେ ଆହୁରି ମଧ୍ୟ କହିଛନ୍ତି, ଆଜି ପର୍ଯ୍ୟନ୍ତ ଏହି କାଳିଆ ଯୋଜନାରେ ସମୁଦାୟ ୩୫ ଲକ୍ଷରୁ ଅଧିକ ଚାଷୀ ଆର୍ଥିକ ସହାୟତା ପାଇସାରିଛନ୍ତି । ସେ କହିଛନ୍ତି, ଏହି ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟତୀତ ଭୂମିହୀନ ଚାଷୀ କୃଷି ଶ୍ରମିକ ଏବଂ ଭାଗଚାଷୀମଧ୍ୟ ସାମିଲ ହୋଇପାରିଛନ୍ତି ।

‘କାଳିଆ’ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୂମିହୀନ ଚାଷୀ, କୃଷି ଶ୍ରମିକ, ଭାଗଚାଷୀ (ପ୍ରକୃତଚାଷୀ) ତଥା ଅସମର୍ଥ କୃଷି ପରିବାର ବିଭିନ୍ନ ସୁବିଧା ଓ ସହାୟତା ପାଇ ପାରିବେ । ରାଜ୍ୟର ପ୍ରାୟ ୬୦ ଲକ୍ଷ କୃଷି ପରିବାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ ।‘କାଳିଆ’ (Kraushak Assistance For Livelihood And Income Augmentation) ସହାୟତା” । ରାଜ୍ୟରେ କୃଷି ସମୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ଦାରିଦ୍ର୍ୟ ହ୍ରାସ ଦିଗରେ ସହାୟ ହେବା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ଏହି କଲ୍ୟାଣକାରୀ ଯୋଜନା ଆରମ୍ଭ କରାଯାଇଛି ।

Leave A Reply

Your email address will not be published.