Latest Odisha News

BREAKING NEWS

ଗୋଟିଏ ଘରୁ ମିିଳିଲା ୧୫୦ ସାପ!

କୋଲରାଡା: ଆମେରିକାର କୋଲୋରଡା ଅଂଚଳରେ ଜଣଙ୍କ ଘରୁ ଗୋଟିଏ କିମ୍ବା ୨ଟି ନୁହେଁ ମିଳିଛି ଏକକାଳୀନ ୧୫୦ ସାପ । ତାହା ପୁଣି ୩୦ ପ୍ରଜାତିର । ଶେନନ ମ୍ୟାକଫେଡେନ ଓ ରୟାସ ରବିନ୍ସ ଏଲିଜାବେଥ ଟାଉନରେ ଗୋଟିଏ ଘର କିଣିଥିଲେ । ତେବେ ଘର ଚାରିପଟେ ସେମାନେ ବାରମ୍ବାର ସାପ ଦେଖୁଥିଲେ । ଶେଷରେ ପେଷ୍ଟ କଂଟ୍ରୋଲଙ୍କୁ ଏ ନେଇ ଖବର ଦେଇଥିଲେ ।

ସେମାନେ ଆସିବା ପରେ ଘର ଭିତରୁ ଓ ବାହାରୁ ୧୫୦ରୁ ଊଦ୍ଧ୍ୱର୍ ସାପ ମିଳିଥିଲା । ସମସ୍ତ ସାପକୁ ସେମାନେ ନେଇ ଜଙ୍ଗଲରେ ଛାଡିଥିଲେ । ଦୁଃଖର କଥା ଏ ନେଇ ଏହି ଯୋଡିଙ୍କୁ ୮୦୦୦ ଡଲାର ଖର୍ଚ୍ଚ କରିବାକୁ ପଡିଥିଲା ।

Leave A Reply

Your email address will not be published.