Latest Odisha News

BREAKING NEWS

ହର ଘର ତ୍ରିରଙ୍ଗା ୱେବସାଇଟରେ ଅପଲୋଡ ହୋଇଛି ୬ କୋଟି ସେଲ୍ଫି

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ବର୍ଷ ପୂରଣକୁ ଭାରତୀୟବାସୀ ଆନ୍ତରିକତାର ସହ ପାଳନ କରିଛନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର ଘର ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କରିଥିଲେ । ସମସ୍ତେ ଏଥିରେ ସାମିଲ ହୋଇଥିଲେ । ରିପୋର୍ଟ ମୁତାବକ ବର୍ତମାନ ସୁଦ୍ଧା ୬ କୋଟି ଲୋକ ହର ଘର ତ୍ରିରଙ୍ଗା ୱେବସାଇଟରେ ସେଲଫି ଅପଲୋଡ କରିଛନ୍ତି । ଆଜାଦି କା ଅମୃତ ମହୋତ୍ସବରେ ବିଭିନ୍ନ କମ୍ପାନୀ, ଏନଜିଓ ଓ ସେଲଫ ହେଲଫ ଗ୍ରୁପ ସାମିଲ ହୋଇଥିଲେ । ଏହାକୁ ପାଳନ କରିବାରେ ଅନେକ କୀର୍ତିମାନ ସ୍ଥାପନ ହୋଇଛି । ଶ୍ରୀନଗର ବଖସି ଷ୍ଟାଡିୟମରେ ୧୮୫୦ ମିଟର ଲମ୍ବ ଜାତୀୟ ପତାକା ସ୍ଥାପିତ କରାଯାଇଥିଲା । ଯାହା କି ନୂତନ ଜାତୀୟ ରେକର୍ଡ । ସେହିପରି ଚଣ୍ଡୀଗଡ କ୍ରିକେଟ ଷ୍ଟାଡିୟମରେ ୫୮୮୫ ବ୍ୟକ୍ତି ହ୍ୟୁମାନ ଇମେଜ ପ୍ରସ୍ତୁତ କରି ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସାମିଲ ହୋଇଛନ୍ତି । ମହାକାଶରୁ ଆରମ୍ଭ କରି ସମୁଦ୍ରରେ ଜାତୀୟ ପତାକା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.