ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ବର୍ଷ ପୂରଣକୁ ଭାରତୀୟବାସୀ ଆନ୍ତରିକତାର ସହ ପାଳନ କରିଛନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର ଘର ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କରିଥିଲେ । ସମସ୍ତେ ଏଥିରେ ସାମିଲ ହୋଇଥିଲେ । ରିପୋର୍ଟ ମୁତାବକ ବର୍ତମାନ ସୁଦ୍ଧା ୬ କୋଟି ଲୋକ ହର ଘର ତ୍ରିରଙ୍ଗା ୱେବସାଇଟରେ ସେଲଫି ଅପଲୋଡ କରିଛନ୍ତି । ଆଜାଦି କା ଅମୃତ ମହୋତ୍ସବରେ ବିଭିନ୍ନ କମ୍ପାନୀ, ଏନଜିଓ ଓ ସେଲଫ ହେଲଫ ଗ୍ରୁପ ସାମିଲ ହୋଇଥିଲେ । ଏହାକୁ ପାଳନ କରିବାରେ ଅନେକ କୀର୍ତିମାନ ସ୍ଥାପନ ହୋଇଛି । ଶ୍ରୀନଗର ବଖସି ଷ୍ଟାଡିୟମରେ ୧୮୫୦ ମିଟର ଲମ୍ବ ଜାତୀୟ ପତାକା ସ୍ଥାପିତ କରାଯାଇଥିଲା । ଯାହା କି ନୂତନ ଜାତୀୟ ରେକର୍ଡ । ସେହିପରି ଚଣ୍ଡୀଗଡ କ୍ରିକେଟ ଷ୍ଟାଡିୟମରେ ୫୮୮୫ ବ୍ୟକ୍ତି ହ୍ୟୁମାନ ଇମେଜ ପ୍ରସ୍ତୁତ କରି ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସାମିଲ ହୋଇଛନ୍ତି । ମହାକାଶରୁ ଆରମ୍ଭ କରି ସମୁଦ୍ରରେ ଜାତୀୟ ପତାକା ଦେଖିବାକୁ ମିଳିଥିଲା ।
BREAKING NEWS
- ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…
- ଲସ୍ ଆଞ୍ଜେଲସରେ ହେବ ‘ରାମାୟଣ’ର ୱାର୍ଲ୍ଡ ପ୍ରିମିୟର
- ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମୁମ୍ବାଇର ‘ଶିବତୀର୍ଥ’ ବାସଭବନରେ ଭେଟିଲେ ଅଭିନେତା ଆମିର ଖାଁ
- ରଣଜୀ ଟ୍ରଫି: ଓଡ଼ିଶାର ଭଲ ଆରମ୍ଭ ପରେ ମଜବୁତ ସ୍ଥିତିକୁ ଫେରିଲା କେରଳ, ସଚିନ୍ ବେବିଙ୍କ ଶତକ
- ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼
- ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍ରେ ୧୦୦ ବର୍ଷର ଐତିହାସିକ ରେକର୍ଡ
- ଶୀତଳା ମାତା ମନ୍ଦିର ଦୁର୍ଘଟଣା; ଡ୍ରାଇଭରଙ୍କୁ ଜଣାନଥିଲା ରାସ୍ତା, ଗୁଗୁଲ୍ ମ୍ୟାପ୍ ପାଇଁ…
- ପ୍ରାଚୀନ ମିଶରରେ ବିରାଡ଼ିଙ୍କୁ ମାରିଲେ ମିଳୁଥିଲା ମୃତ୍ୟୁଦଣ୍ଡ — ଜାଣନ୍ତୁ କାହିଁକି ରହିଥିଲା ଏଭଳି କଡ଼ା କାନୁନ୍?
- ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଷଡ଼ଯନ୍ତ୍ର…
- ଭାରତ ସିରିଜ୍ରୁ ୨୮୫ କୋଟି ଟଙ୍କା ରୋଜଗାର, କିନ୍ତୁ ୱେଷ୍ଟଇଣ୍ଡିଜ୍ ପାଇବ ଶୂନ

Comments are closed.