Latest Odisha News

ହୀରାକୁଦର ୪୦ଟି ଗେଟ ଖୋଲିଲା, ତଳିଆ ଅଞ୍ଚଳରେ ବନ୍ୟା ସତର୍କତା ଜାରି

ଭୁବନେଶ୍ୱର: ହୀରାକୁଦର ୪୦ ଟି ଗେଟରେ ପାଣି ଛଡାଯାଇଛି । ଗତକାଲି ୨୬ଟି ଗେଟ ଖୋଲାଯାଇଥିବା ବେଳେ ଆଜି ପର୍ଯ୍ୟାୟ କ୍ରମେ ଆଉ ୧୪ଟି ଗେଟ ଖୋଲାଯାଇଛି । ୪୦ଟି ଗେଟ ଦ୍ବାରା ଜଳ ନିଷ୍କାସନ ହେଉଛି ।  ତେବେ ତଳମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଗତ ୪ ଦିନ ହେଲା ଲାଗି ରହିଥିବା ବେଳେ ଏବେ ଆଉ ଅଧିକ ପାଣି ଆସୁଥିବାରୁ ପୁଣି ବନ୍ୟା ହେବାର ଆଶଙ୍କା ପ୍ରକାଶ ପାଇଛି ।  ଏବେ ହୀରାକୁଦ ଡ୍ୟାମରେ ୬୨୬.୫୮ ଫୁଟ ରହିଛି ଜଳସ୍ତର । ୭ ଲକ୍ଷ ରୁ ଅଧିକ କ୍ୟୁସେକ ଜଳ ଆସୁଥିବା ବେଳେ ୬ ଲକ୍ଷ ରୁ ଅଧିକ କ୍ୟୁସେକ୍ ଜଳ ଛଡ଼ାଯାଉଛି  । ନଦୀ ଉଛୁଳୁଥିବାରୁ ଅନେକ ଅଞ୍ଚଳରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ଆଗାମୀ ଦୁଇଦିନ ଗୁରୁତ୍ୱପୂର୍ଣ୍ଣ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ତଳିଆ ଅଞ୍ଚଳରେ ବନ୍ୟା ସତର୍କତା ଜାରିକରାଯାଇଛି । ଆଜି ଘନ ଘନ ବୈଠକ ବସି ବନ୍ୟା ସ୍ଥିତି ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିବା ବେଳେ ପ୍ରଶାସନ ପକ୍ଷରୁ ବିଭିନ୍ନ ସତର୍କତା ଅବଲମ୍ବନ କରାଯାଇଛି । ଏବେ କଟକ ମୁଣ୍ଡଳିରେ  ୧୨ ଲକ୍ଷ କ୍ୟୁସେକ ପାଣି ପ୍ରତି ସେକଣ୍ଟରେ ଛଡାଯାଉଛି ।  ମୁଣ୍ଡଳିରେ ବିପଦ ସଂକେତ ଉପରେ ଚାଲିଛି ମହାନଦୀ   । ତଳମୁଣ୍‌ଡରେ ମଧ୍ୟ ବିପଦ ସଂକେତ ୯୭.୨୫ ଫୁଟ୍ ରହିଥିବା ବେଳେ ଜଳସ୍ତର ୯୭.୮୦ ଫୁଟ୍ ରହିଥିବା ଜଣାପଡିଛି ।

Leave A Reply

Your email address will not be published.