ନୂଆଦିଲ୍ଲୀ: ଜାତିସଂଘ ପୁଣି ଥରେ ଇରାନକୁ କାଠଗଡ଼ାରେ ଛିଡ଼ା କରାଇଛି। ସଂଗଠନର କହିବା ଅନୁସାରେ, ୨୦୨୫ ଆରମ୍ଭରୁ ଏପର୍ଯ୍ୟନ୍ତ ଇରାନରେ ଅତି କମରେ ୮୪୧ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଜାତିସଂଘର ଅଭିଯୋଗ ଯେ, ଇରାନ ସରକାର ଫାଶିକୁ କେବଳ ଅପରାଧ ନିୟନ୍ତ୍ରଣ ପାଇଁ ନୁହେଁ, ବରଂ ଲୋକଙ୍କ ମଧ୍ୟରେ ଭୟ ଓ ନୀରବତା ସୃଷ୍ଟି କରିବା ପାଇଁ ଏକ ଅସ୍ତ୍ର ଭାବେ ବ୍ୟବହାର କରୁଛି।
ମାନବାଧିକାର ମାମଲା ଉପରେ ନଜର ରଖୁଥିବା ଜାତିସଂଘର କାର୍ଯ୍ୟାଳୟ ଶୁକ୍ରବାର ଦିନ ଜଣାଇଛି ଯେ, ଚଳିତ ବର୍ଷର ପ୍ରଥମ ଛଅ ମାସରେ ଇରାନରେ ଯେଉଁ ଗତିରେ ଲୋକଙ୍କୁ ଫାଶି ଦିଆଯାଇଛି, ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। କିନ୍ତୁ ଆପଣ ଜାଣିଛନ୍ତି କି, କେଉଁ ଦେଶ ସବୁଠାରୁ ଅଧିକ ମୃତ୍ୟୁଦଣ୍ଡ ଦେଉଛି? ଆସନ୍ତୁ ଜାଣିବା।
ବିଶ୍ୱରେ ମୃତ୍ୟୁଦଣ୍ଡକୁ ନେଇ ପୁଣି ଥରେ ବିତର୍କ ଜୋର ଧରିଛି। ଆମନେଷ୍ଟି ଇଣ୍ଟରନ୍ୟାସନାଲର ଏକ ରିପୋର୍ଟ ଅନୁସାରେ, ୨୦୨୪ ମସିହାରେ ସାରା ବିଶ୍ୱରେ ଅତି କମରେ ୧୫୧୮ ଜଣଙ୍କୁ ଫାଶି ଦିଆଯାଇଛି। ଏହି ସଂଖ୍ୟା ଏଥିପାଇଁ ଆଶ୍ଚର୍ଯ୍ୟଜନକ କାରଣ ୨୦୨୩ ତୁଳନାରେ ଏଥିରେ ୩୨% ବୃଦ୍ଧି ହୋଇଛି। ରିପୋର୍ଟ ଏହା ମଧ୍ୟ ଦର୍ଶାଉଛି ଯେ, ମୃତ୍ୟୁଦଣ୍ଡ ଲାଗୁ କରୁଥିବା ଦେଶମାନଙ୍କ ସଂଖ୍ୟା ହ୍ରାସ ପାଇ ୧୫କୁ ଆସିଛି। ଅର୍ଥାତ୍, ବିଶ୍ୱର ଅଧିକାଂଶ ଦେଶ ଏହି କଠୋର ଦଣ୍ଡରୁ ଦୂରେଇ ଯାଉଛନ୍ତି, କିନ୍ତୁ କିଛି ଦେଶ ଏବେ ମଧ୍ୟ ଏହାକୁ ନିୟମିତ ଲାଗୁ କରୁଛନ୍ତି।
ଇରାନ ପ୍ରଥମ ସ୍ଥାନରେ, ମହିଳାଙ୍କୁ ମଧ୍ୟ ଫାଶି
ଏହି ତଥ୍ୟ ଅନୁସାରେ, ଇରାନ ସବୁଠାରୁ ଆଗରେ ଅଛି। ୨୦୨୪ରେ ସେଠାରେ ୯୭୨ ଜଣଙ୍କୁ ଫାଶି ଦିଆଯାଇଥିଲା, ଯେଉଁଥିରେ ୩୦ ଜଣ ମହିଳା ମଧ୍ୟ ଥିଲେ। ୨୦୨୩ରେ ଏହି ସଂଖ୍ୟା ୮୫୩ ଥିଲା, ଅର୍ଥାତ୍ ମାତ୍ର ଗୋଟିଏ ବର୍ଷରେ ପ୍ରାୟ ୧୪% ବୃଦ୍ଧି ହୋଇଛି। ଏନେଇ ମାନବାଧିକାର କର୍ମୀମାନେ କହୁଛନ୍ତି ଯେ, ଏହି ବୃଦ୍ଧି କେବଳ ଅପରାଧ ରୋକିବା ପାଇଁ ନୁହେଁ, ବରଂ ସରକାର ବିରୋଧୀ କଣ୍ଠସ୍ୱର ଓ ଆନ୍ଦୋଳନକାରୀଙ୍କୁ ଭୟଭୀତ କରିବାର ଏକ ରଣନୀତିର ଅଂଶ।
ସେହିଭଳି ଇରାନୀ କର୍ମୀ ରୋୟା ବୋରୌମାନ୍ଦଙ୍କ ମତରେ, ସାମ୍ପ୍ରତିକ ବର୍ଷମାନଙ୍କରେ ମହିଳାଙ୍କୁ ମଧ୍ୟ ଦ୍ରୁତ ଗତିରେ ଟାର୍ଗେଟ କରାଯାଇଛି। ୨୦୨୨ରେ ୧୨ ଜଣ ଓ ୨୦୨୩ରେ ୨୫ ଜଣ ମହିଳାଙ୍କୁ ଫାଶି ଦିଆଯାଇଥିଲା। ଅଧିକାଂଶ ମାମଲାରେ ସେମାନଙ୍କୁ ମାଦକ ଦ୍ରବ୍ୟ ଚୋରାଚାଲାଣ କିମ୍ବା ଶାସନ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଦଣ୍ଡିତ କରାଯାଇଛି।
BREAKING NEWS
- Automated Challan System: ବଡ଼ବିଲ-ପାଣିକୋଇଲି ରାଜପଥରେ ଏହି ତାରିଖରୁ ଆରମ୍ଭ ହେବ ସ୍ୱୟଂକ୍ରିୟ ଇ-ଚାଲାଣ ପ୍ରକ୍ରିୟା
- ବେଆଇନ ଭାବେ ଓଡ଼ିଶା ସୀମାରେ ପ୍ରଚାର କରୁଥିଲା ଆନ୍ଧ୍ରର ପ୍ରଚାର ଗାଡ଼ି…ପଟ୍ଟାଙ୍ଗି ତହସିଲଦାର ଗାଡ଼ି ଅଟକାଇଲେ
- Census 2027:୨୦୨୭ ଜନଗଣନା ପାଇଁ ତାରିଖ ଘୋଷଣା; ଏସବୁ ରାଜ୍ୟରେ ହେବନି…
- Naveen Patnaik speaks to Ganjam Collector:ଗଞ୍ଜାମ ଜିଲ୍ଲାପାଳଙ୍କ ସହ କଥା ହେଲେ ନବୀନ;ଲୋକଙ୍କ ଦୁଃଖ ସମୟରେ ସେବା ଯୋଗାଇବାକୁ କର୍ମୀଙ୍କୁ ପରାମର୍ଶ
- ୱାର୍ଲ୍ଡ ରେସଲିଂ ଚାମ୍ପିଅନ୍ସିପ୍ ୨୦୨୬: ଇତିହାସ ରଚିଲେ ମନୀଷା ଭାନୱାଲା
- ‘ଅର୍ଣ୍ଣବ’ଦେଇଗଲା ଲୁହ;ଭୂସ୍ଖଳନରେ ଗୋଟିଏ ପରିବାରର ୩ ମୃତ
- ଅଣ୍ଡର ୧୯ ଏସିଆ କପ: ଭାରତୀୟ ଦଳ ଘୋଷଣା, ସେହୱାଗ ଓ ଦ୍ରାବିଡ଼ଙ୍କ ପୁଅଙ୍କୁ ମିଳିଲା ସ୍ଥାନ
- IEDs recovered:ନକ୍ସଲ ବିରୋଧୀ ଅଭିଯାନରେ ବଡ଼ ସଫଳତା; ସରଣ୍ଡା ଜଙ୍ଗଲରୁ ଦୁଇଟି ଶକ୍ତିଶାଳୀ ଲ୍ୟାଣ୍ଡମାଇନ ଜବତ
- ୩ ବର୍ଷର ସମ୍ପର୍କ ଭାଙ୍ଗିଲା! ଇବ୍ରାହିମ୍ ଅଲୀ ଖାନ୍ ଓ ପଲକ ତିୱାରୀଙ୍କର ହେଲା କି ବ୍ରେକ୍-ଅପ୍?
- ‘ଇଠା’ ଟ୍ରେଲର ରିଲିଜ୍, ‘ବିଠାବାଇ’ ଭୂମିକାରେ ଶ୍ରଦ୍ଧାଙ୍କ ଦମଦାର ଡାନ୍ସ ଓ ଆକ୍ଟିଂ

Comments are closed.