Latest Odisha News

BREAKING NEWS

ମୋଷ୍ଟ ଓ୍ବାଣ୍ଟେଡ ଅର୍ଜୁନ ରାଣା ଗିରଫ

ରାଉରକେଲା : ରାଉରକେଲା ପୋଲିସ ଦ୍ବାରା କୁଖ୍ୟାତ ପିଏଲଏଫଆଇ ସଦସ୍ୟ ଅର୍ଜୁନ ରାଣା ଗିରଫ । ଗିରଫ ଅଭିଯୁକ୍ତ ରାଉରକେଲା ସହରର ବ୍ୟବସାୟୀଙ୍କୁ ବିଭିନ୍ନ ପ୍ରକାର ଧମକ ଦେଇ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ଦାଦାବଟି ନଦେଲେ ଧମକପୂର୍ଣ୍ଣ ଭିଡିଓ ପଠାଇ ଅପହରଣ କରିବାର ଧମକ ଦେଉଥିଲା । ଆଜି ମୋଷ୍ଟ ଓ୍ବାଣ୍ଟେଡ ଅର୍ଜୁନକୁ ଗିରଫ କରାଯିବା ସହ ତା ନିକଟରୁ ଗୋଟିଏ ବନ୍ଧୁକ ଓ ୫ଟି ଜୀବନ୍ତ ଗୁଳି ଜବତ ହୋଇଛି । ଏହାସହ ଫେରାର ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ରାଉରକେଲା ଏସପି ସୂଚନା ଦେଇଛନ୍ତି ।

BjdElectrycity

Comments are closed, but trackbacks and pingbacks are open.