Latest Odisha News

ଜୀବନ ଆଉ ମୃତ୍ୟୁ ସହ ଲଢ଼ୁଛନ୍ତି ନ୍ୟୁଜିଲାଣ୍ଡର ମହାନ କ୍ରିକେଟର କ୍ରିସ କେର୍ଣ୍ଣସ

ହାମିଲଟନ: ନ୍ୟୁଜିଲାଣ୍ଡର ମହାନ କ୍ରିକେଟ ଖେଳାଳି କ୍ରିସ କେର୍ଣ୍ଣସ ପୁନର୍ବାର ଜୀବନ ଏବଂ ମୃତ୍ୟୁ ସହ ଲଢ଼ୁଛନ୍ତି । କିଛି ଦିନ ତଳେ ତାଙ୍କର ହାର୍ଟ ଅପରେଶନ ହୋଇଥିଲା । ଏବେ ୫୧ ବର୍ଷୀୟ ଏହି ଅଲରାଉଣ୍ଡରଙ୍କୁ ବାୱେଲ କ୍ୟାନସର ହୋଇଥିବା ଜଣାପଡିଛି । ଫେବୃୟାରୀ ୫ରେ ସମସ୍ତ ପରୀକ୍ଷା କରାଯିବା ପରେ ଡାକ୍ତର ଏହା ପ୍ରକାଶ କରିଛନ୍ତି । ହାର୍ଟ ଅପରେଶନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବି ବୋଲି ଆଶା କରିଥିଲି । ପୁନର୍ବାର ଏ ଭଳି ଏକ ରିପୋର୍ଟ ଆସିବି ବୋଲି ମୁଁ ଭାବି ନ ଥିଲି । ମୁଁ ଭାଗ୍ୟବାନ ଯେ ଏ ପର୍ଯ୍ୟନ୍ତ ବଂଚିଛି ବୋଲି କହିଛନ୍ତି କେର୍ଣ୍ଣସ ।

ଜାତୀୟ ଦଳ ପକ୍ଷରୁ ସେ ୧୯୮୯ରୁ ୨୦୦୬ ପର୍ଯ୍ୟନ୍ତ ୬୨ ଟେଷ୍ଟ, ୨୧୫ ଦିନିକିଆ ଓ ୨ଟି ଟି୨୦ ମ୍ୟାଚ ଖେଳିଛନ୍ତି । ୨୦୦୮ରେ ତାଙ୍କ ବିପକ୍ଷରେ ମ୍ୟାଚ ଫିକ୍ସିଂ ଅଭିଯୋଗ ଆସିଥିଲା ।

Comments are closed, but trackbacks and pingbacks are open.