Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକାରୁ ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ ମହମ୍ମଦ ଗୌସ ନିୟାଜୀ

ନୂଆଦିଲ୍ଲୀ: ମୋଷ୍ଟ ୱାଣ୍ଟେଡ୍ ମହମ୍ମଦ ଗୌସ ନିୟାଜୀଙ୍କୁ ଦକ୍ଷିଣ  ଆଫ୍ରିକାରୁ ଗିରଫ କରାଯାଇଛି । ତାଙ୍କୁ ଧରିବାକୁ ଏନଆଇଏ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ରଖିଥିଲା । ନିୟାଜୀ ଉଗ୍ରବାଦୀ ଇସଲାମୀ ସଙ୍ଗଠନର (ପିଏଫଆଇ)ର ନେତା ଥିଲା । ୨୦୧୬ ମସିହାରେ ନିୟାଜୀ ବେଙ୍ଗାଲୁରୁରେ ଆରଏସଏସ୍ ନେତା ରୁଦ୍ରଶଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।ରୁଦ୍ରଶଙ୍କୁ ହତ୍ୟା କରିବା ପରେ ନିୟାଜୀ ଫେରାର ହୋଇଯାଇଥିଲେ ।

ଗୁଜୁରାଟର ଏଟିଏସ୍ ପ୍ରଥମେ ଦକ୍ଷିଣ ଆଫ୍ରିକାରୁ ନିୟାଜୀଙ୍କୁ ଟ୍ରାକ୍ କରିଥିଲା। ପରେ  ଏଟିଏସ୍  କେନ୍ଦ୍ରୀୟ ଏଜେନ୍ସିକୁ ସୂଚନା ଦେଇଥିଲା । ଏହାପରେ ନିୟାଜୀଙ୍କୁ ଦକ୍ଷିଣ ଆଫ୍ରିକାରୁ ଗିରଫ କରାଯାଇଥିଲା । ବର୍ତ୍ତମାନ ନିୟାଜୀଙ୍କୁ ମୁମ୍ୱାଇ ଅଣାଯାଇଛି ।

ସୂଚନାଅନୁସାରେ, ରୁଦ୍ରଶ ବେଙ୍ଗଲୁରୁରେ ଏକ ସଂଘ କାର୍ଯ୍ୟକ୍ରମ ସାରି ଘରକୁ ଫେରୁଥିଲେ । ଏହି ସମୟରେ ନିୟାଜୀ ତାଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହି ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ନିୟାଜୀ ଫେରାର ହୋଇଯାଇଥିଲେ।  ହେଲେ ଗୁଜୁରାଟ ପୁଲିସ୍ ତାଙ୍କୁ ଖୋଜୁଥିଲା । ନିୟାଜୀ ବିଦେଶରେ ବାରମ୍ୱାର ତାଙ୍କର ସ୍ଥାନ ପରିବର୍ତ୍ତନ କରୁଥିଲା । ତେଣୁ ତାଙ୍କୁ ଧରିବାକୁ ୬ ବର୍ଷ ସମୟ ଲାଗିଗଲା ।

Leave A Reply

Your email address will not be published.