Latest Odisha News

BREAKING NEWS

ମାନସିକ ରୋଗୀ ନା ସୁଚିନ୍ତିତ ଯୋଜନା, ମା’ କହିଲା ଶିଶୁ କନ୍ୟାକୁ ବୋରୱେଲରେ ପକାଇବାର କାରଣ

ସମ୍ବଲପୁର: ମୁହଁ ଖୋଲିଲେ ବିଜୟିନୀର ମା’ । କହିଲେ ମାନସିକ ସ୍ଥିତି ଠିକ୍ ନଥିବାରୁ ଶିଶୁକୁ ବୋରୱେଲ୍ ମଧ୍ୟକୁ ପକେଇ ଦେଇଥିଲି । ତେବେ ଏହି କଥା ଭିତରେ କେତେ ସତ୍ୟତା ରହିଛି ତା’ ଉପରେ ଏବେ ପ୍ରଶ୍ନ ଉଠିଛି । କାରଣ ବିଜୟିନୀର ମା’ ନିଜକୁ ମାନସିକ ରୋଗୀ କହୁଥିବା ବେଳେ ଡାକ୍ତର କିନ୍ତୁ ଏହି କଥାକୁ ଖଣ୍ଡନ କରିଛନ୍ତି ।

କେଉଁ ପରସ୍ଥିତିରେ ନିଜ ଜନ୍ମକଲା ଶିଶୁକୁ ବୋରୱେଲ ଭିତରକୁ ଫିଙ୍ଗି ଦେଇଥିଲେ ସେ ନେଇ ମହିଳା ଜଣଙ୍କ କହିଛନ୍ତି ଯେ, ପିଲାଟି ଜନ୍ମ ହେବା ପରେ ତାଙ୍କର ମାନସିକ ସ୍ଥିତି ଠିକ୍ ନଥିଲା । ପିଲାଟି ୭ ମାସରେ ଜନ୍ମ ହୋଇଥିଲା ଓ ଜନ୍ମ ବେଳେ ସେ କାନ୍ଦୁ ନଥିଲା, ତେଣୁ ତାକୁ ଫିଙ୍ଗି ଦେଇଥିଲି । ସେପଟେ କିନ୍ତୁ ବିଜୟିନୀର ମାଆଙ୍କୁ ଚିକିତ୍ସା କରୁଥିବା ମାନସିକ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଅଜୟ ମିଶ୍ର କହିଛନ୍ତି ଯେ, ମହିଳାଙ୍କର ମାନସିକ ସ୍ଥିତି ଠିକ୍ ରହିଛି । ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ଖୁବଶୀଘ୍ର ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ ।

ତେବେ ଏଠି ସାଧାରଣରେ ପ୍ରଶ୍ନ ଉଠୁଛି ଏପରି ପରିସ୍ଥିତିରେ ବୁଜୟିନୀକୁ କିପରି ତା ମା’ ପାଖକୁ ଛଡାଯିବ । ସେପଟେ କିନ୍ତୁ ସମ୍ବଲପୁର ପ୍ରଶାସନ ସବୁ ଦିଗକୁ ଦୃଷ୍ଟିରେ ରଖି ବିଜୟିନୀକୁ ତା ମା’କୁ ହସ୍ତାନ୍ତର କରାଯିବନି ବୋଲି ନିଷ୍ପତ୍ତି ନେଇଛି । ଯେହେତୁ ଜନ୍ମ ବେଳେ ଝିଅକୁ ଫୋପାଡି ମା’ ଚାଲିଯାଇଥିଲେ ତେଣୁ ବିଜୟିନୀକୁ ନିଜ ଝିଅ ବୋଲି କହିଲେ ପ୍ରଥମେ ସମସ୍ତ ପ୍ରମାଣ ଦେବାକୁ ପଡିବ । ତଥାପି ଯଦି ସୁକ୍ଷିତ ମନେ ନହୁଏ ତେବେ ବିଜୟିନୀକୁ ତାଙ୍କୁ ହସ୍ତାନ୍ତର କରାଯିବନି । ବର୍ତ୍ତମାନ ଜିଲ୍ଲା ପ୍ରଶାସନର ଶିଶୁ ପାଳନ କେନ୍ଦ୍ରରେ ବିଜୟିନୀକୁ ରଖାଯିବ । ପରେ ପୋଷ୍ୟ ସନ୍ତାନ ପ୍ରକ୍ରିୟାରେ କୌଣସି ଦଂପତିଙ୍କୁ ଦେବା ବ୍ୟବସ୍ଥା ହେବ । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ।

 

 

Leave A Reply

Your email address will not be published.