Latest Odisha News

BREAKING NEWS

କରନ ନିଜେ ମାନିଲେ, ଫିଲ୍ମର ନେଗେଟିଭ ରେଟିଂରୁ ବଂଚିବା ପାଇଁ ନକଲି ରିଭ୍ୟୁ କରାଇଥାନ୍ତି

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଓ ବିବାଦୀୟ ଫିଲ୍ମମେକର କରନ ଜୋହରଙ୍କ ଏକ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । ଫିଲ୍ମର ନେଗେଟିମ ରେଟିଂରୁ ବଂଚିବା ପାଇଁ ନକଲି ରିଭ୍ୟୁ କରାଇଥାଏ ବୋଲି ସେ ଏକ କାର୍ଯ୍ୟକ୍ରମରେ ନିଜେ ସ୍ୱୀକାର କରିଛନ୍ତି । ଏହା ଫଳରେ ଫିଲ୍ମ ଭଲ ହୋଇ ନ ଥିଲେ ମଧ୍ୟ ଦର୍ଶକ ରିଭ୍ୟୁ ଓ ରେଟିଂ ପଛରେ ପଡି ହଲକୁ ଆସିଥାନ୍ତି । ପିଆର ଟିମ ଜରିଆରେ ଏହି କାର୍ଯ୍ୟ କରାଯାଇଥାଏ । ଏପରି କ୍ରିଟିକ୍ସ ରହିଛନ୍ତି ଯେଉଁମାନେ ନିଜେ ବି ଜଣେ ଭଲ ସମାଲୋଚକ ବୋଲି ଜାଣି ନ ଥିବେ । ଆମେ ସେମାନଙ୍କ ରିଭ୍ୟୁକୁ ବଡ ବଡ ପୋଷ୍ଟର କରି ପ୍ରଚାର ଓ ପ୍ରସାର କରାଇଥାଉ । ଫିଲ୍ମ ଭଲ ହୋଇଥିଲେ ଅବଶ୍ୟ ଆମକୁ ଏତେ ପରିଶ୍ରମ କରିବାକୁ ପଡି ନ ଥାଏ ।

କରନ ଏହା ସ୍ୱୀକାର କରିବା ଫଳରେ ଫେକ ବକ୍ସ ଅଫିସ ରିପୋର୍ଟ ନେଇ ଯେଉଁ ଅଭିଯୋଗ ଆସୁଥିଲା ତାହା ଏକ ପ୍ରକାର ପ୍ରମାଣିତ ହୋଇଛି । ୨୦୧୬ରେ ଅଜୟ ଦେବଗାନଙ୍କ ଶିବାୟ ଓ କରନଙ୍କ ଏ ଦିଲ ହେ କି ମୁସ୍କିଲ ଫିଲ୍ମ ରିଲିଜ ହୋଇଥିଲା । କରନଙ୍କ ଫିଲ୍ମକୁ କ୍ରିଟିକ୍ସ ଭଲ ବୋଲି କହିଥିଲେ । ଏହା ଫେକ ରିପୋର୍ଟ ବୋଲି ଅଜୟ ଅଭିଯୋଗ କରିଥିଲେ । ଅଜୟଙ୍କୁ କାଜୋଲ ସମର୍ଥନ କରିବା ଫଳରେ କରନ ଏବଂ କାଜୋଲଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.