Latest Odisha News

ଅଳିଆ ଆବର୍ଜନାରେ ଭର୍ତ୍ତି ମାଉଣ୍ଟ ଏଭରେଷ୍ଟ : ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ: ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି ବିଶ୍ୱର ସବୁଠୁ ଉଚ୍ଚ ପର୍ବତ ମାଉଣ୍ଟ ଏଭରେଷ୍ଟ । ପର୍ବତ ଶିଖରରେ ଚାରିଆଡ଼େ ଅଳିଆ ଆବର୍ଜନ ବିଛାଡ଼ି ହୋଇ ଏଣେତେଣେ ପଡ଼ିଛି । ଖାଲି ଅମ୍ଳଜାନ ସିଲିଣ୍ଡର, ନଷ୍ଟ ହୋଇଯାଇଥିବା କ୍ୟାମ୍ପ, ଫୁଡ଼ କଣ୍ଟେନର ଆଦି ପର୍ବତରେ ପଡ଼ିଥିବା ଦେଖିବାକୁ ମିଳିଛି । ଏବେ ଏହାର ଫଟୋ ଓ ଭିଡ଼ିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ସମୁଦ୍ର ପତ୍ତନଠାରୁ ୮୮୪୮.୮୬ ମିଟର ଉଚ୍ଚତାରେ ରହିଛି ବିଶ୍ୱର ସବୁଠାରୁ ଉଚ୍ଚ ପର୍ବତ ମାଉଣ୍ଟ ଏଭରେଷ୍ଟ । ୭୦ ବର୍ଷ ପୂର୍ବେ ତେନଞ୍ଜିଂ ନୋର୍ଗେ ଏବଂ ଏଡ୍‌ମଣ୍ଡ ହିଲାରି ଏହି ଏଭରେଷ୍ଟ ଶିଖରରେ ପହଞ୍ଚି ରେକର୍ଡ଼ କରିଥିଲେ । ସେବେଠାରୁ ପ୍ରତିବର୍ଷ ଅନେକ ଲୋକ ଏହି ଏଭରେଷ୍ଟ ଚଢୁଛନ୍ତି । ହେଲେ କାହାରି ପରିବେଶ ପ୍ରତି ଧ୍ୟାନ ନାହିିଁ । ପ୍ରତ୍ୟେକ ପର୍ବତାରୋହୀ ସେଠାରେ ୮ କିଲୋ ଅଳିଆ ଉତ୍ପନ କରୁଛନ୍ତି । ଅଳିଆକୁ ସେଠାରୁ ହଟାଇବା ମଧ୍ୟ ସହଜ ନୁହେଁ ।

ଏଭରେଷ୍ଟ ବାବଦରେ ବିଶ୍ୱକୁ ଖବର ଦେଉଥିବା ଟୁଇଟର ଆକାଉଣ୍ଟ ରବିବାର ଏହି ଭିଡିଓ ସେୟାର କରିଛି । ପର୍ବତାରୋହୀ ବ୍ୟବହୃତ କରିଥିବା ସବୁ ଜିନିଷ ଅଳିଆ ଭାବେ ସେଠାରେ ପଡ଼ି ରହିଥିବା ନଜର ଆସିିଛି । ଆଉ ଏହାର କ୍ୟାପସନରେ ଲେଖାଯାଇଛି, ମଣିଷ ଯେତେ ଉଚ୍ଚକୁ ଚଢିଥିଲେ ମଧ୍ୟ ପ୍ରକୃତି ପ୍ରତି ନିଜ ଆଚରଣ ଦୃଷ୍ଟିରୁ ବହୁତ ତଳେ ରହିଛି । ଆଜିକାଲି ଲୋକେ ପାହାଡ, ଜଙ୍ଗଲ, ନଦୀକୁ ନଷ୍ଟ କରିବାକୁ ପଛାଉ ନାହାନ୍ତି । ଏହି ଭିଡିଓକୁ ଦେଖି ଅନେକ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଜଣେ ଲେଖିଛନ୍ତି, ସ୍ୱଚ୍ଛତା ଅଭିଯାନକୁ ପର୍ବତାରୋହୀ ତାଙ୍କର ଏହି ଅଭିଯାନର ଅଂଶ ଭାବେ ଗ୍ରହଣ କରନ୍ତୁ, ନଚେତ୍ ସେମାନ ଉପରକୁ ଯିବାକୁ ସବୁଦିନ ପାଇଁ ବାରଣ କରାଯାଉ ।

Leave A Reply

Your email address will not be published.