Latest Odisha News

BREAKING NEWS

ତହସିଲ୍ କାର୍ଯ୍ୟାଳୟରୁ ଆର.ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସାଲେପୁର: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ୍ କାର୍ଯ୍ୟାଳୟରୁ ଜଣେ ରାଜସ୍ୱ ନିରୀକ୍ଷକଙ୍କ ଝୁଲନ୍ତା ମୃତଦେହ ମିଳିଛି । ମୃତ ଆର.ଆଇ ଜଣଙ୍କ ହେଉଛନ୍ତି ସଞ୍ଜୟ ଦାସ । ସେ ନିଶ୍ଚିନ୍ତକୋଇଲି ତହସିଲ୍ ଅନ୍ତର୍ଗତ ତରତଶାସନର ରାଜସ୍ୱ ନିରୀକ୍ଷକ ଥିଲେ ।

ସୂଚନା ଅନୁସାରେ, ଅପରାହ୍ଣ ପ୍ରାୟ ୫ଟା ବେଳେ ସଞ୍ଜୟ ଘରୁ ବାହାରି ନିଶ୍ଚିନ୍ତକୋଇଲି ବଜାରକୁ ଚା ପିଇବାକୁ ଯାଇଥିଲେ । କିନ୍ତୁ କିଛି ସମୟ ପରେ ସଞ୍ଜୟଙ୍କ ଝୁଲନ୍ତା ଶରୀର ତହସିଲ୍ କାର୍ଯ୍ୟାଳୟର ରେକର୍ଡ କିପର ରୁମ୍ ନିକଟ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା ।

ଖବର ପାଇ ନିଶ୍ଚିନ୍ତକୋଇଲି ତହସିଲଦାର ଓ ନିଶ୍ଚିନ୍ତକୋଇଲି ଥାନା ପୋଲିସ ତହସିଲ ଝୁଲନ୍ତା ମୃତଦେହକୁ ପରିବାର ଲୋକଙ୍କ ଉପସ୍ଥିତିରେ ଉଦ୍ଧାର କରିଛନ୍ତି । ତେବେ ସଞ୍ଜୟଙ୍କ ଅନ୍ୟତ୍ର ବଦଳି ଥିବାରୁ ସେ ଚାପରେ ଥିବା ପରିବାର ଲୋକ କହିଥିବା ବେଳେ ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ । ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି କହିଛନ୍ତି ତହସିଲଦାର ।

Leave A Reply

Your email address will not be published.