Latest Odisha News

BREAKING NEWS

ବଜ୍ରପାତରେ ଗୋରୁ ମଲେ ମିଳିବ ୩୭ ହଜାର ୫ ଶହ ଟଙ୍କା, ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ବଜ୍ରପାତରେ ଗୃହପାଳିତ ପଶୁ ମଲେ ସହାୟତା ମିଳିବ । ଗାଈଙ୍କ ପିଛା ମିଳିବ ୩୭ ହଜାର ୫୦୦ ଟଙ୍କାର ସହାୟତା ରାଶି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ନିୟମ ଅନୁସାରେ, ଏହି ସହାୟତା ରାଶି ଦିଆଯିବ । ଗାଈ ମାଲିକଙ୍କୁ ମିଳିବ ସହାୟତା ରାଶି ।

ମଙ୍ଗଳବାର ଅପରାହ୍ଣରେ କାଳବୈଶାଖୀ ବର୍ଷା ରାଜ୍ୟର ବିଭିନ୍ନ ଜିଲ୍ଲାରେ ହୋଇଥିଲା । ଏହି ସମୟରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବଡ଼ାଙ୍ଗୀ ନିକଟ ତୋଟାରେ ଗୋରୁ ଚରୁଥିବା ବେଳେ ବଜ୍ରପାତ ହୋଇଥିଲା । ଏଥିରେ ୧୯ ଗୋରୁଙ୍କ ମୃତ୍ୟୁ ହୋଇଥିଲା । ଯାହାପରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ମୃତ ଗୋରୁଙ୍କ ପିଛା ୩୭ ହଜାର ୫ ଶହ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।

Leave A Reply

Your email address will not be published.