Latest Odisha News

BREAKING NEWS

କୃଥିକା ପ୍ରଭାକରନଙ୍କ ଲିଗାଲ ନୋଟିସକୁ ଅପରାଜିତାଙ୍କ ଚାଲେଞ୍ଜ: ଟୁଇଟ କରି ପଚାରିଲେ ଏତେ ସାହାସର କାରଣ କ’ଣ ?

ଭୁବନେଶ୍ୱର:କୃଥିକା ପ୍ରଭାକରନଙ୍କୁ ଅପରାଜିତାଙ୍କ ଚାଲେଞ୍ଜ  । ଟୁଇଟ କରି ଖୋଲା ଚାଲେଞ୍ଜ ଦେଇଛନ୍ତି ସାଂସଦ ଅପରାଜିତା । କୃଥିକା ପ୍ରଭାକରଣଙ୍କ ସାହାସକୁ ନେଇ ପ୍ରଶ୍ନ କରିଛନ୍ତି । ଏତେ ସାହାସର କାରର କ’ଣ ବୋଲି ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟାଗ କରିଛନ୍ତି ସାଂସଦ ଅପରାଜିତା ।

ଡେରାସ ଜମି ଦୁର୍ନୀତି ଧରାପଡିବା ପରେ କୃଥିକା ପ୍ରଭାକରଣ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି । ସାସଂଦ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର  କରିଛନ୍ତି ଯାହା  ତାଙ୍କର ଓ ତାଙ୍କ ପରିବାରର ମର୍ଯ୍ୟାଦାହାନୀ କରିଛି । ସେତିକି ନୁହେଁ, ସାଂସଦ ଅପରାଜିତା ତାଙ୍କ ଜମିରେ ଜୋରଜବରଦସ୍ତି ବେଆଇନ ଭାବେ ପ୍ରବେଶ କରିଥିବା ତାଙ୍କ ଆଇନଜୀବୀ ଦର୍ଶାଇ   ଅପରାଜିତା କ୍ଷମା ପ୍ରାର୍ଥନା କରିବାକୁ  ଦାବି କରିଛନ୍ତି ।

ଏହାର ଉତ୍ତର ସାଂସଦ ଟୁଇଟ କରି ଦେଇଛନ୍ତି । ସାଂସଦ ଲେଖିଛନ୍ତି,  ‘କୃଥିକା ପ୍ରଭାକରନ ମୋତେ ସର୍ବସାଧାରଣରେ କ୍ଷମା ମାଗିବାକୁ କହିଛନ୍ତି ।’   ଅତୃପ୍ତ ଲୋଭର ବଶବର୍ତ୍ତୀ ହୋଇ ଗରିବ ଚାଷୀଙ୍କ ଜମି ହଡପ କରି ନେଉଥିବା ଜଣେ ମହିଳା ମୋତେ କ୍ଷମା ମାଗିବାକୁ କହୁଛନ୍ତି ? ଆଶ୍ଚର୍ଯ୍ୟର କଥା !’

ଏତେ ସାହାସ କେମିତି ହେଲା ବୋଲି ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଟାଗ କରିଛନ୍ତି ସାଂସଦ ।

ସୂଚନାଥାଉ କି, ଚନ୍ଦକାରେ ବେଆଇନ ଜମି ଅବରୋଧ କରି ସରକାରୀ ଡେରାସ କେନାଲ ପୋତି ଦେଇଥିଲେ କୃଥିକା ପ୍ରଭାକରନ । ଫଳରେ ଏହି ଅଞ୍ଚଳରେ ଥିବା ୩୦୦ ଏକର ସରକାରୀ ଜମିରେ ଗତ  ଦୁଇ ବର୍ଷ ହେଲା ଚାଷୀ ଚାଷ କରିପାରୁ ନ ଥିଲେ ।

ସାଂସଦ ଅପରାଜିତା ଏହି ଜମି ଦୁର୍ନୀତିର ପର୍ଦ୍ଦାଫାଶ କରିବା ସହ ଘଟଣାସ୍ଥଳକୁ ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହ କେନାଲେ ଖୋଳି ଦୁର୍ନୀତିର ପ୍ରମାଣ ବି ଦେଖାଇ ଥିଲେ । ଏପରି  ଜବରଦଖଲ ସଂପୂର୍ଣ୍ଣ ଭାବେ ବେଆଇନ । ୧୫୦ ଏକର ଅଂଚଳରେ ଏମ୍ଆଇପି କେନାଲ, ସରକାରୀ ଜମି, ଜଙ୍ଗଲ ଜମି, ମନ୍ଦିର ଜମି ଓ ବିଭିନ୍ନ ଲୋକଙ୍କ ବ୍ୟକ୍ତିଗତ ଜମି ରହିଛି ।  ଏଥିସହିତ ଏହି ବେଆଇନ ଦଖଲରୁ ହଟିବା ପାଇଁ ସରକାରଙ୍କୁ ୩ ଦିନ ସମୟ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏ ନେଇ ଏକ ଚିଠି ଲେଖିବା ପରେ ରାଜ୍ୟ ସରକାର ଏହାକୁ ଗ୍ରହଣ କରିଛନ୍ତି। ଆଉ ପ୍ରଶାସନ ପକ୍ଷରୁ ତହସିଲଦାର ଓ ନିର୍ବାହୀ ଯନ୍ତ୍ରୀଙ୍କୁ ଜମିକୁ ଜବରଦଖଲମୁକ୍ତ କରି ଅବରୋଧ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.