Latest Odisha News

BREAKING NEWS

କଟକ ଏସସିବିରେ ଇକମୋ ଚିକିତ୍ସାଧୀନ ଆଉ ଜଣେ ରୋଗୀ ମୃତ

କଟକ: ଏସସିବିରେ ଇକୋ ଚିକିତ୍ସାଧୀନ ଆଉ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ନିଶ୍ଚିତକୋଇଲି ଅଞ୍ଚଳର । ଗତକାଲି ଚତୁର୍ଥ ତଥା ଶେଷ ରୋଗୀ ଭାବରେ ଇକମୋ ୟୁନିଟରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ଏହି ୟୁନିଟରେ ଏଯାଏ ଭର୍ତ୍ତି ହୋଇଥିବା ସମସ୍ତ ୪ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି ।

ଗତକାଲି ମୃତ୍ୟୁବରଣ କରିଥିବା ମହିଳାଙ୍କୁ ଅଗଷ୍ଟ ୨୯ ତାରିଖରେ ଇକମୋ ଚିକିତ୍ସା ଆରମ୍ଭ କରାଯାଇଥିଲା । ଏସସିବିରେ ଇକମୋ ୟୁନିଟ୍ ସ୍ଥାପନ ହେବା ପରେ ସେ ଥିଲେ ପ୍ରଥମ ରୋଗୀ । ତାଙ୍କ ସହ ବଲାଙ୍ଗିର, କେନ୍ଦ୍ରାପଡ଼ା ଓ ଭୁବନେଶ୍ୱରରୁ ଜଣେ ଲେଖାଏ ରୋଗୀ ବି ଇକମୋ ୟୁନିଟରେ ଭର୍ତ୍ତି ହୋଇଥିଲା । ପୂର୍ବରୁ ଅନ୍ୟ ତିନି ଜଣ ପ୍ରାଣ ହରାଇଥିଲେ ।

Leave A Reply

Your email address will not be published.