ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ସମୟରେ ସେ ସଂସଦୀୟ କ୍ଷେତ୍ରର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଛନ୍ତି ।
ଏହି ଅବସରରେ ଶ୍ରୀମତୀ ଷଡ଼ଙ୍ଗୀ, ଟାଙ୍ଗି ଅଞ୍ଚଳକୁ ଏନଏସି ମାନ୍ୟତା ଘୋଷଣା କରିବା ସହ ଭୁବନେଶ୍ୱର ଠାରେ ନ୍ୟାସନାଲ ଗ୍ୟାଲେରି ଅଫ୍ ମଡର୍ଣ୍ଣ ଆର୍ଟର ନିର୍ମାଣ ଆରମ୍ଭ ହେବା ସୂଚନା ଓ ସହର ଉପକଣ୍ଠରେ ଆଧୁନିକ ମାଛ ମାର୍କେଟ ନିର୍ମାଣ ପାଇଁ ନିଷ୍ପତ୍ତି କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।
ଏହା ସହ ବୈଠକରେ, ନୟାପଲ୍ଲୀ ଅଞ୍ଚଳରେ ଏକ କମ୍ୟୁନିଟି ପାର୍କ ନିର୍ମାଣ, ବେଗୁନିଆ-ବୋଲଗଡ ଅଞ୍ଚଳକୁ ଏନଏସି ଘୋଷଣା, କଳିଙ୍ଗ ଷ୍ଟାଡିଅମ ନିକଟରେ ଥିବା ବିଶ୍ୱକର୍ମା ସମିତିର ଜମି ଅଧିଗ୍ରହଣ ଦାବି, ଖୋର୍ଦ୍ଧା ବସ୍ ଷ୍ଟାଣ୍ଡର ଉନ୍ନତିକରଣ, ଖୋର୍ଦ୍ଧା ସ୍ଥିତ ପ୍ରାଣନାଥ କଲେଜ ଠାରେ ନୂତନ ହଲ ନିର୍ମାଣ ତଥା ଶୁଭ ଉଦଘାଟନ ସମ୍ପର୍କରେ ଆଲୋଚନା ହୋଇଥିଲା ।
ବୈଠକରୁ ଜଣା ଯାଇଛିଯେ, ମୁଖ୍ୟମନ୍ତ୍ରୀ ଏହି ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଉପଯୁକ୍ତ ପଦକ୍ଷେପ ନେବା ଏବଂ ପ୍ରଶାସନିକ ସ୍ତରରେ ପ୍ରତ୍ୟେକ କାର୍ଯ୍ୟ ଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନିଆଯିବ । ମୁଖ୍ୟମନ୍ତ୍ରୀ ଏହି ଆଲୋଚନାରେ, ଅଧିକ ସଂଯୁକ୍ତ ପ୍ରୟାସ ଦ୍ୱାରା ଭୁବନେଶ୍ୱର ଏବଂ ଏହାର ସୀମାନ୍ତରେ ଥିବା ଅଞ୍ଚଳଗୁଡିକୁ ଏକ ଆଧୁନିକ ଓ ସମୃଦ୍ଧ ମଡେଲ୍ କ୍ଷେତ୍ରରେ ପରିଣତ କରିବା ପାଇଁ ପରାମର୍ଶ ଦେଇଥିଲେ ।
Comments are closed.